Friday, November 6, 2026
ADVERTISEMENT
Home ଆଞ୍ଚଳିକ ପୁରୁଷୋତ୍ତମପୁର ବ୍ଲକରେ ଜିଲ୍ଲାପାଳଙ୍କ କୋଭିଡ୍ ସ୍ଥିତି ସମୀକ୍ଷା

ପୁରୁଷୋତ୍ତମପୁର ବ୍ଲକରେ ଜିଲ୍ଲାପାଳଙ୍କ କୋଭିଡ୍ ସ୍ଥିତି ସମୀକ୍ଷା

447
ADVERTISEMENT

ବ୍ରହ୍ମପୁର,୨୯/୦୪(ସୁଦାମ ମହାରଣା): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବୁଧବାର ଅପରାହ୍ନରେ ପୁରୁଷୋତ୍ତମପୁର ବ୍ଲକରେ କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି ।କରୋନା ମହାମାରୀର ମୁକାବୁଲା ନେଇ ସେ ବିଭିନ୍ନ ବିଭାଗର ପଦାଧିକାରୀ ଓ ଜନପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ।ଜିଲ୍ଲାରେ ସଂକ୍ରମିତଙ୍କ ସ’ଖ୍ୟା ବଢୁଥିଲେ ମଧ୍ୟ୍ୟ ସ୍ଥିତି ନିୟନ୍ତ୍ରଣରେ ଅଛି । ତଥାପି ସମସ୍ତେ ସଜାଗ ରହିବାକୁ ପଡିବ । ମାସ୍କ ସମସ୍ତେ ପରିଧାନ କରିବା ବାଧ୍ୟତାମୂଳକ ।ଜିଲ୍ଲା ବାହାରୁ ଆସୁଥିବା ପ୍ରବାସୀ ମାନେ ଯେମିତି ନିୟମ ମାନି ଘରୋଇ ସଙ୍ଗ ରୋଧରେ ରହିବେ ,ଜନପ୍ରତିନିଧି ମାନେ ନଜର ରଖିବେ।ଅନ୍ୟ ପକ୍ଷରେ ଉନ୍ନୟନ ମୂଳକ କାର୍ଯ୍ୟ ବି ସମାନ୍ତରାଳ ଭାବେ ଚାଲିବ ।ପ୍ରବାସୀଙ୍କୁ ମନରେଗା ଯୋଜନାରେ କାମ ଦେଇ ଆତ୍ମନିର୍ଭରଶୀଳ କରାଇବା, ପାଣି ସମାସ୍ୟା ଦୂର କରିବା, ଚାଷୀ କୁ ଠିକ୍ ସମୟରେ ଲୋନ ଦେବା ଆଦି ପଦକ୍ଷେପ ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ବିଡିଓ ବିଜୟ ବେହେରା, ତହସିଲଦାର ନିତିଶ କୁମାର ତ୍ରିପାଠୀ, ଏନ ଏ ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର, ଏବିଡିଓ ମଧୁସୂଦନ ମହାରଣା ସମେତ ନିର୍ବାଚିତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

Advertisement