ପାଟଣା,୨୮/୦୪(ଡ଼ି.ଏଚ/ବ୍ୟୁରୋ): ପାଟଣା ବ୍ଲକ ଅନ୍ତର୍ଗତ ବୁଢିକାପୁଡି ପଞ୍ଚାୟତ ପୁଟୁଗାଁ ଗ୍ରାମର କାଜୁ ଜଙ୍ଗଲରେ ମଗଲବର ସଂନ୍ଧ୍ୟାରେ କୈାଣସି କାରଣରୁ ନିଆଁ ଲାଗି ଯାଇଥିଲା । ପବନ କାରଣରୁ ନିଆଁ କ୍ଷିପ୍ର ଗତିରେ କାଜୁ ଜଙ୍ଗଲ ସାରା ବ୍ୟାପିବା ସହ ନିଆଁ ନିକଟରେ ଥିବା ଆକାଶିଆ ଜଙ୍ଗଲକୁ ମାଡିଯାଇ ପରିସ୍ଥିତି ଅଣାୟତ୍ତ ହୋଇଛି। ଏହା ଦେଖି ଲୋକେ ପାଟଣା ଅଗ୍ନିଶମ ବାହିନୀ ଓ ବନବିଭାଗ କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ବନବିଭାଗ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବାକୁ ବହୁ ଉଦ୍ୟମ କରିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିପାରି ନାହାଁନ୍ତି। ନିଆଁ ଚାରିଆଡେ ବ୍ୟାପି ଯାଇ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବା ବେଳେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି।


















