Thursday, November 12, 2026
ADVERTISEMENT
Home ଆଞ୍ଚଳିକ ବିନା ଡାକ୍ତରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ବିନା ଡାକ୍ତରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

189
ADVERTISEMENT

ବ୍ରହ୍ମପୁର,୨୮/୦୪(ଇ.ରଞ୍ଜନ): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁରୁତର ଅବ୍ୟବସ୍ଥା l ବିଭିନ୍ନ ବିଭାଗରେ ତାଲା ଝୁଲୁଥିଲା ବେଳେ ଆବଶ୍ୟକ ଡାକ୍ତର ନାହାନ୍ତି l ପୁଣି ଥରେ ସ୍ଥାନୀୟ ଲୋକଙ୍କୁ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ହଟହଟା ହେବାକୁ ପଡୁଛି l ବହୁ ବର୍ଷ ବର୍ଷ ଧରି ଡାକ୍ତର ଅଭାବରେ ପଡି ରହିଛି ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏମିତିକି ସମସ୍ତ ୱାଡରେ ସବୁ କିଛି ସୁବିଧା ଥିଲେ ସୁଦ୍ଧା ଯେହେତୁ ଡାକ୍ତରର ଅଭାବ ଏଥିଲାଗି ଲୋକଙ୍କ ମନରେ ଅସନ୍ତୁଷ୍ଠ ପ୍ରକାଶ କରୁଛନ୍ତି l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାରିରୁ ପାଞ୍ଚ ଜଣ ଡାକ୍ତର ରହିବା ଜାଗାରେ ମାତ୍ର ୨ ଜଣ ଡାକ୍ତର ରହିଛନ୍ତି l ଏପଟେ ସାରା ବିଶ୍ଵପରେ କରୋନାର କାୟା ବିସ୍ତାର କରିଥିବା ବେଳେ ମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨ ଟି ଡାକ୍ତର ଗ୍ରାମ ବାସି ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା କୌଣସି ସରକାରୀ ବାବୁଙ୍କ କର୍ଣ୍ଣରେ ପଡ଼ୁ ନଥିବା ଦେଖିବାକୁ ମେଳିଛି l ଗଞ୍ଜାମରେ କରୋନା ହୁଉ ହୁଉ ବଢ଼ି ଚାଲିଥିବା ବେଳେ ଜଗନ୍ନାଥ ପ୍ରସାଦ ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୨ ଜଣ ଡାକ୍ତର କରୋନାର ମୁକାବିଲା କରୁ କରୁ ଜଣେ କରୋନା ରେ ୩ ଦିନ ହେବ ଶିକାର ହୋଇ ପାଜୀଟିଭ ରିପୋର୍ଟ ହେଇଥିବା ଦେଖିବାକୁ ମେଳିଛି l ଏବେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅବସ୍ଥା ବହୁତ ଗୁରୁତର ମାତ୍ର ଜଣେ ଡାକ୍ତର କର୍ମଚାରୀ ଅଛନ୍ତି ଆଉ ୩ ଜଣ ନର୍ସ ଅଛନ୍ତି l ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରର ଘୋର ଅଭାବ ହେତୁ ରୋଗୀଙ୍କୁ ଚିକତ୍ସା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁପଡୁଛି ଏଥିଲାଗି ଗ୍ରାମ ବାସି ମାନେ ସି.ଡି.ଏମ ଙ୍କୁ ବାରମ୍ବାର ଜଣେଇଲେ ସୁଦ୍ଧା କୋଣସି ପଦକ୍ଷେପ ନେଉନଥିବା ଶୁଣିବାକୁ ମେଳୁଛି l ଆଗାମୀ ଦିନରେ ଗ୍ରାମ ବାସି ମାନେ ରାଜ ରାସ୍ତାକୁ ଓଲେଇବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି l

Advertisement