Thursday, November 5, 2026
ADVERTISEMENT
Home ଆଞ୍ଚଳିକ ତେଜରାତି ଦୋକାନରୁ ୪୧ବସ୍ତା ଗୁଟୁଖା ଜବତ,ଜଣେ ଅଟକ

ତେଜରାତି ଦୋକାନରୁ ୪୧ବସ୍ତା ଗୁଟୁଖା ଜବତ,ଜଣେ ଅଟକ

444
ADVERTISEMENT

ବ୍ରହ୍ମପୁର,୨୮/୦୪(ସୁଦାମ ମହାରଣା): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ତାରାତାରିଣୀ ଛକ ଠାରେ ଥିବା ଏକ ତେଜରାତି ଦୋକାନ ଉପରେ ପୋଲିସ ଚଢ଼ାଉ କରି ୪୧ ବସ୍ତା ଗୁଟୁଖା ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ୨ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ବୋଲି ଜଣାପଡିଛି । ଏହି ଚଢ଼ାଉରେ ଏଏସଆଇ ରବିନ୍ଦ୍ର ନାଥ ପାଣିଗ୍ରାହୀ ସଦଳବଳେ ଚଢ଼ାଉ କରିଥିଲେ । ସୂଚନା ଅନୁସାରେ, ଦୋକାନୀ ମାଲିକ ପ୍ରଭାକର ସାହୁ ନାମକ ଜନୈକ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ପଚାରା ଉଚାରା କରୁଛି । ଥାନା କେଶ ନମ୍ବର ୧୮୦ ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି ।କରୋନା କଟକଣାକୁ ଦୃଷ୍ଟିରେ ରଖି ଏହି ପରି ଚଢ଼ାଉ ଜାରି ରହିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Advertisement