Friday, November 6, 2026
ADVERTISEMENT
Home ଆଞ୍ଚଳିକ କୃଷି ଋଣ ଆତ୍ମସାତକୁ ନେଇ ଆକ୍ରମଣ ଅଭିଯୋଗ

କୃଷି ଋଣ ଆତ୍ମସାତକୁ ନେଇ ଆକ୍ରମଣ ଅଭିଯୋଗ

182
ADVERTISEMENT

କୁକୁଡାଖଣ୍ଡି,୨୭/୦୪(ଇ.ରଞ୍ଜନ): କୁକୁଡାଖଣ୍ଡି ସଦରଥାନା ଅନ୍ତର୍ଗତ ରୋହିଙ୍ଗା ଗ୍ରାମରେ କୃଷି ଋଣ ଆତ୍ମସାତ ଘଟଣାକୁ ନେଇ ଆକ୍ରମଣ ଅଭିଯୋଗ ହୋଇଚି I ରୋହିଙ୍ଗା ଗ୍ରାମର ରବୀନ୍ଦ୍ର ଜେନା ଏନେଇ ସଦର ଥାନା ରେ ଅଭିଯୋଗ କରିଛନ୍ତି l ଅଭିଯୋଗ ପ୍ରକାରେ ରବୀନ୍ଦ୍ର ବ୍ୟକ୍ତିଗତ କାର୍ଯ୍ୟରେ ଯାଉଥିବା ସମୟରେ କିଛି ଅସାମାଜିକ ବ୍ୟକ୍ତି ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ I ଅଭିଯୋଗ ପ୍ରକାରରେ ପୂର୍ବରୁ ବାଲିପଡ଼ା ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ରବୀନ୍ଦ୍ର ଏବଂ ତାଙ୍କ ସ୍ତ୍ରୀ ନାମରେ କୃଷି ଋଣ ଉଠାଇ ଅର୍ଥ ଆତ୍ମସାତ କରାଯାଇଥିଲା ବ୍ୟାଙ୍କ ନୋଟିସ ଆସିବା ପରେ ବ୍ୟାଙ୍କରେ ପଚାରିବାରୁ କିଓସ୍କକୁ ପଚାରିବାକୁ କହିଥିଲେ ଏବଂ କିଓସ୍କୋ ରଖିଥିବା ବ୍ୟକ୍ତି ହିଁ ଟଙ୍କା ଆତ୍ମସାତ କରିଥିବା ଜଣା ପଡିଛି l କୁକୁଡାଖଣ୍ଡି ବ୍ଲକ ଅଞ୍ଚଳରେ ଅଙ୍କୁଶପୁର ଓ ବାଲିପଡ଼ା ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧୀନରେ ଡ଼େଙ୍ଗାପଡାର ଗ୍ରାମର ଠାରେ ଗ୍ରାହକ ମାନଙ୍କୁ ସୁରୁଖୁରୁରେ ସେବା ଯୋଗାଇଦେବା ପାଇଁ ଏକ କିଓସ୍କ ବ୍ୟାଙ୍କ ଖୋଲା ଯାଇଛି l ଦାୟିତ୍ୱରେ ଥିବା ବ୍ୟକ୍ତି ଜଣକ ଗ୍ରାହକ ମାନଙ୍କୁ କୃଷି ଋଣ କରିଦେବି କହି କାଗଜ ପତ୍ର ନେଇ ପରବର୍ତ୍ତୀ ସମୟରେ ସେମାନଙ୍କୁ ଋଣ ନଦେଇ ସେ ନିଜେ ଆତ୍ମସାତ କରିଥିବା ଜଣାପଡିଛି l ଯେତେବେଳେ ସମ୍ପୃକ୍ତ ବ୍ୟାଙ୍କ କତୃପକ୍ଷ ଋଣ ନେଇଥିବା ହିତାଧିକାରୀଙ୍କୁ ନୋଟିସ କଲେ ସେତେବେଳେ ହିତାଧିକାରୀ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ପଚାରିବାରୁ ସଂପୃକ୍ତ କିଓସ୍କ ଦାୟିତ୍ୱ ଥିବା ଲୋକଙ୍କୁ ଡାକି ପଚାରି ବୁଝି ଜାଣିଲେ ସେ ଋଣ ହିତାଧିକାରୀ କୁ ନ ଦେଇ ସେ ନିଜେ ହରିଲୁଟ କରୁଥିଲେ l ପରେ ଶାଖା ପରିଚାଳକ କିଓସ୍କ ଦାୟିତ୍ୱ ରେ ଥିବା ଲୋକଙ୍କୁ ତୁରନ୍ତ ଋଣ ପରିଶୋଧ କରିବା ପାଇଁ କହିଥିଲେ ତାପରେ ସେ କିଛି ଲୋକଙ୍କର ଋଣ ଟଙ୍କା ପରିଶୋଧ ମଧ୍ୟ କରିଥିଲେ l ଏପରି ଡ଼େଙ୍ଗାପଦର, ବାଲିପଡ଼ା, ରୋହିଗାଁ, ନାରାୟଣପୁର ପରି ବହୁତ ଗ୍ରାମର ଲୋକଙ୍କ ନାମରେ କୃଷି ଋଣ କରେଇଦେବା ନାମରେ ଲକ୍ଷ ଲକ୍ଷ ଟଙ୍କା ଲୋନ କରି ନିଜେ ଆତ୍ମସାତ କରିଥିବା ଅଭିଯୋଗ.. ରବୀନ୍ଦ୍ର ସଦର ଥାନା ରେ ଅଭିଯୋଗ କରିବା ପରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ଆକ୍ରମଣ ନେଇ ପଚରାଉଚୁରା କରୁଥିବା ଥାନା ଅଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି l

Advertisement