ବ୍ରହ୍ମପୁର,୨୫/୪(ସୁଦାମ ମହାରଣା):ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭୂତସରସିଙ୍ଗି ଗ୍ରାମରେ ଥିବା ଏକ କାଜୁ ଫ୍ୟାକ୍ଟ୍ରି କୁ କୋଭିଡ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ ଅଭିଯୋଗରେ ପ୍ରଶାସନ ସିଲ୍ କରିଛି । ଶତାଧିକ ମହିଳା ଓ ନାବାଳିକା କାର୍ଯ୍ୟ କରୁଥିବା ଏହି କାଜୁ ଫ୍ୟାକ୍ଟ୍ରି ଉପରେ ପୁରୁଷୋତ୍ତମପୁର ଥାନା ଏଏସଆଇ ରବିନ୍ଦ୍ର ନାଥ ପାଣିଗ୍ରାହୀ ସଦଳବଳେ ଚଢ଼ାଉ କରିଥିଲେ।ସେମାନେ ପରସ୍ପର ଙ୍କ ଠାରୁ ସାମାଜିକ ଦୂରତ୍ୱ ରକ୍ଷା କରିନଥିବା ବେଳେ ଅଧିକାଂଶ ମାସ୍କ ପିନ୍ଧି ନଥିଲେ।ଏହା ନେଇ ଶ୍ରୀ ପାଣିଗ୍ରାହୀ ତହସିଲଦାର ଓ ଥାନା ଅଧିକାରୀଙ୍କୁ ଜଣାଇଥିଲେ। କାଜୁ ଫ୍ୟାକ୍ଟ୍ରି ରେ ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁ, ଗୋଲଖ ବିହାରି ସାହାଣୀ ପହଞ୍ଚି ନିୟୋଜିତ ଶ୍ରମିକଙ୍କୁ ବାହାର କରି ଦୁଇଟି ରୁମ୍ କୁ ସିଲ୍ କରିଥିଲେ ।ଫ୍ୟାକ୍ଟ୍ରି ରେ ଗୁମୁସ୍ତା ଭାବେ କାର୍ଯ୍ୟ କରୁଥିବା କୋଳାସିଙ୍ଗି ଗ୍ରାମର ରାଜେନ୍ଦ୍ର ସାହୁ ଙ୍କୁ ଥାନା କୁ ଆଣି ପଚାରା ଉଚାରା କରାଯାଇଥିବା ବେଳେ ମାଲିକ ରମ୍ଭା ଥାନା ଅନ୍ତର୍ଗତ କାଠଗଡା ଗ୍ରାମର ମଦନମୋହନ ପଣ୍ଡା ବୋଲି ସୂଚନା ମିଳିଛି।କିଛି ଦିନ ପୂର୍ବରୁ ଭୂତସରସିଙ୍ଗି ଗ୍ରାମରେ ଜାଗା କିଣି ବେଆଇନ୍ ଭାବେ କାଜୁ ଫ୍ୟାକ୍ଟ୍ରି ଚଳାଇଛନ୍ତି ।କମ ପାରିଶ୍ରମିକରେ ମହିଳା ଓ ନାବାଳିକା ନିୟୋଜିତ କରିଛନ୍ତି, ଅତିରିକ୍ତ ତହସିଲଦାର ଶ୍ରୀ ଟୁଡୁ କୋଭିଡ ନିୟମକୁ ଖୋଲା ଖୋଲି ଭାବେ ଉଲ୍ଲଙ୍ଘନ କରାଯାଇଥିବା କହିଛନ୍ତି ।


















