Friday, November 6, 2026
ADVERTISEMENT
Home ଆଞ୍ଚଳିକ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ

ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ

220
ADVERTISEMENT

କୋଦଳା,୨୪/୪ (ସୂର୍ଯ୍ୟ ନାରାୟଣ ବଡୁ) –ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 24ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ କୋଦଳା ରେଞ୍ଜରବଙ୍ଗଳା ସ୍ଥିତ ଏନଏସି ପୁର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସର ରେ ଶୁକ୍ରବାର ଅପରାହ୍ନ ରେ କୋଭିଡ କଟକଣା କୁ ପାଥେୟ କରି ଓଡିଶା ଜୀବନ ବିନ୍ଦୁ ଅନୁକୂଲ୍ୟରେ ଏକ ରକ୍ତ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୁ ମାନନୀୟା କବିସୁର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଜୀବନ ବିନ୍ଦୁ ର ଜିଲ୍ଲା ସଂଯୋଜକ ସୁବାସ ମହାରଣା, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଜଗନ୍ନାଥ ସାବତ ଅତିଥି ଭାବେ ଯୋଗଦେଇ ଥିଲେ । ବେଗୁନିଆପଡ଼ା ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା ଓ ଏନଏସି ସଭାପତି ସଂଜୀବ କୁମାର ସାହୁ ସମେତ ସମସ୍ତ ବିଜୁ ପ୍ରେମୀ ସହଯୋଗ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ମୋଟ ୬୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ବ୍ରହ୍ମପୁର ମେଡିକାଲର ପ୍ରଦୀପ କୁମାର ସୁବୁଦ୍ଧି ,ଚିନ୍ମୟ ବେହେରା , ରାମହରି ପଣ୍ଡା ,ଦେବାଶିଷ ପଣ୍ଡା , ଡମ୍ବୁର କାକି ପ୍ରମୁଖ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ ।

Advertisement