Saturday, September 5, 2026
ADVERTISEMENT
Home ଆଞ୍ଚଳିକ ଦଶମ ଶ୍ରେଣୀ ପରୀକ୍ଷା ହେଲା ବାତିଲ

ଦଶମ ଶ୍ରେଣୀ ପରୀକ୍ଷା ହେଲା ବାତିଲ

361
ADVERTISEMENT

ଭୁବନେଶ୍ଵର,୨୧/୦୪(ଡ଼ି.ଏଚ/ବ୍ୟୁରୋ): ଚଳିତବର୍ଷ ରାଜ୍ୟରେ ମାଟ୍ରିକ ବୋର୍ଡ ପରୀକ୍ଷା ଏବଂ ମଦ୍ରାସା ବୋର୍ଡ ପରୀକ୍ଷାକୁ ବାତିଲ କରିଦିଆଯାଇଛି । ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ମନ୍ତ୍ରୀ ଦାଶ କହିଛନ୍ତି, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ନିର୍ଦ୍ଧାରିତ ପଦ୍ଧତି ଅନୁସାରେ ଛାତ୍ରଛାତ୍ରୀଙ୍କ ଫଳାଫଳ ପ୍ରକାଶ କରାଯିବ। ଯେଉଁ ଛାତ୍ରଛାତ୍ରୀମାନେ ଏଥିରେ ଅସନ୍ତୋଷ ପ୍ରକାଶ କରିବେ ସେମାନେ ପରବର୍ତ୍ତୀ ସମୟରେ ପରୀକ୍ଷା ଦେଇପାରିବେ।ସୂଚନାଯୋଗ୍ୟ, ରାଜ୍ୟ ସରକାର ଚଳିତବର୍ଷ ମାଟ୍ରିକ ପରୀକ୍ଷାକୁ ସ୍ଥଗିତ ରଖିଥିଲେ। ଜୁନ ୧ରେ କରୋନା ସ୍ଥିତିର ସମୀକ୍ଷା କରିବା ପରେ ନିଷ୍ପତ୍ତି ନେବେ ବୋଲି ପୂର୍ବରୁ ଘୋଷଣା କରିଥିଲେ। କିନ୍ତୁ ଗତକାଲି ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ପରେ ସରକାର ଆଜି ଏ ନେଇ ଚୂଡ଼ାନ୍ତି ନିଷ୍ପତ୍ତି ନେଇଛନ୍ତି।

Advertisement