କୋଦଳା,୨୧/୦୪(ସୂର୍ଯ୍ୟ ନାରାୟଣ ବୁଡୁ): କରୋନା କଟକଣାକୁ ନେଇ ସଚେତନତା କାର୍ଯ୍ୟକ୍ରମ କୋଦଳା ତହସିଲ ପରିସରରେ ଅନୁଷ୍ଠିତ ହୋଇଯାଇଛି | କରୋନା ସଂକ୍ରମଣ ପାଇଁ ରାଜ୍ୟ ସରକାର ୨୪ ତାରିଖରୁ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି | ଏଥିପାଇଁ ପ୍ରତ୍ୟେକ ଶନିବାର ଓ ରବିବାର ସଟଡାଉନ ହେବ |ଏଥି ନିମନ୍ତେ କୋଦଳା ତହସିଲ ଅନ୍ତର୍ଗତ ବିଭିନ୍ନ ବ୍ୟବସାଇକ ସଂଗଠନ, କ୍ଷ୍ୟୁଦ୍ର ବ୍ୟବସାୟୀ ଓ ଅଟୋ ମାଲିକ ସଙ୍ଘଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି କୋଦଳା ତହସିଲଦାର ଅବନିକାନ୍ତ ସାହୁ | ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବା ଓ ଦୋକାନ ସାମ୍ନାରେ ଦେଢ଼ ଗଜ ଦୂରତାର ବ୍ୟାରିକେଡ଼ ନିର୍ମାଣ ଓ ଗୋଟିଏ ଅଟୋରେ ତିନିଜଣ ପାସେଞ୍ଜର ବସାଇବା ପାଇଁ ସମସ୍ତଙ୍କୁ କହିଛନ୍ତି ତହସିଲଦାର | ଏଥିସହ ଯେଉଁ ଗ୍ରାହକ ମାସ୍କ ପିନ୍ଧିନଥିବେ ସେମାନଙ୍କୁ ଜିନିଷ ନ ଦେବା ସହ କୋଭିଡ ନିୟମକୁ କଡା କଡ଼ି ପାଳନ ନିମନ୍ତେ କୁହାଯାଇଥିଲା | ଯେଉଁମାନେ ଏହାର ଉଲ୍ଲଘଂନ କରିବେ ସେମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ତହସିଲଦାର | ଏହି କାର୍ଯ୍ୟକ୍ରମରେ ତହସିଲଦାରଙ୍କ ସମେତ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ଉପସ୍ଥିତ ଥିଲେ |


















