Friday, September 4, 2026
ADVERTISEMENT
Home ଆଞ୍ଚଳିକ କୁମ୍ଭମେଳା ଫେରନ୍ତାଙ୍କୁ ନେଇ ବଢ଼ିଲା ଚିନ୍ତା।

କୁମ୍ଭମେଳା ଫେରନ୍ତାଙ୍କୁ ନେଇ ବଢ଼ିଲା ଚିନ୍ତା।

224
ADVERTISEMENT

କଟକ,୨୦/୦୪(ଡ଼ି.ଏଚ/ବ୍ୟୁରୋ): କୁମ୍ଭମେଳା ଫେରନ୍ତାଙ୍କୁ ନେଇ ବଢ଼ିଲା ଚିନ୍ତା। ଗତକାଲି କଟକ ରେଲ୍‌ୱେ ଷ୍ଟେସନରେ କୁମ୍ଭମେଳାରୁ ଫେରିଥିବା ୩୦ ଜଣଙ୍କ RTPCR ଟେଷ୍ଟ କରାଯାଇଥିଲା ଓ ସେମାନଙ୍କ ମଧ୍ୟରୁ ୧୩ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।। ଏହାପରେ ସେମାନଙ୍କୁ ହୋମ୍‌ ଆଇସୋଲେସନରେ ରଖା ଯାଇଛି। ଆଜି ପୁଣି ୨ଟି ଟ୍ରେନ୍‌ରେ କୁମ୍ଭମେଳା ଫେରନ୍ତା ଆସିବେ। ଏଥିଲାଗି କଟକ ରେଲ୍‌ୱେ ଷ୍ଟେସନରେ କୋଭିଡ ଟେଷ୍ଟ ଲାଗି ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଯେଉଁମାନେ ୭୨ ଘଣ୍ଟା ମଧ୍ୟରେ RTPCR ରିପୋର୍ଟ ନେଗେଟିଭ୍ ଦେଖାଇବେ ସେମାନଙ୍କୁ ରେଲ୍‌ୱେ ଷ୍ଟେସନର ମୁଖ୍ୟ ଗେଟ୍ ଦେଇ ଛଡ଼ା ଯାଉଛି। କରୋନା ଟେଷ୍ଟ ରିପୋର୍ଟ ନଥିଲେ ସମସ୍ତଙ୍କ କରୋନା ଟେଷ୍ଟ ବାଧ୍ୟତାମୂଳକ କରିଛି କଟକ ମ୍ୟୁନିସିପାଲ୍‌ କର୍ପୋରେସନ୍‌ (ସିଏମ୍‌ସି)ର ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌।

Advertisement