କୁକୁଡାଖଣ୍ଡି,୧୯/୦୪(ଇ.ରଞ୍ଜନ): ସଦରଥାନା ଅନ୍ତର୍ଗତ ନିମଖଣ୍ଡି,ପାଣ୍ଡିଆଝୋଳି,ବେନ୍ଧାଳିଆ,ବି.ଜଗନ୍ନାଥ ପୁର, କୁକୁଡାଖଣ୍ଡି,ସେହିପରି ଗଳନ୍ତରା ଥାନା ଅଞ୍ଚଳ ଶାସନପଦର,ଗୋପାଳପୁର ଥାନା ଅଧିନସ୍ଥ ଆମ୍ବପୁଆ କାଳୀ ମନ୍ଦିର ଚୋରି ଘଟଣାର ପର୍ଦାଫାଶ କରି ୬ ଜଣଙ୍କୁ ପୋଲିସ ଗିରଫ କରି ସେମାନଙ୍କ ଠାରୁ ତଥ୍ୟ ବାହାର କରିଥିବା ନେଇ ବ୍ରହ୍ମପୁର ସଦର ଏସଡ଼ିପିଓ ଜୟନ୍ତ ମହାପାତ୍ର ଏକ ପତ୍ର ମାଧ୍ୟମରେ ସୂଚନା ଦେଇଛନ୍ତି l

ସେମାନେ ହେଲେ ଚମାଖଣ୍ଡିଥାନା ଅନ୍ତର୍ଗତ ନରଢିହର ଜଣେ ଥିବା ବେଳେ ୫ ଜଣ ଟାଙ୍ଗଣାପଲ୍ଲୀ ଅଞ୍ଚଳର କେ.ମିଥୁନ ପାତ୍ର,କେ.ସୁଦାମ, କେ ଟୁଁଗୁରୁ ,କେ.ସୋନା,କେ. ତଫାନ ,କେ.କାହ୍ନl ସେମାନେ ସମସ୍ତ ଏରଗୁଲା ସମ୍ପ୍ରଦାୟଲୋକଙ୍କ ଛୁଆ ସେମାନେ ମିଳିତଭାବେ ଏକ ଗୋଷ୍ଠୀ ହୋଇ ବିଭିନ୍ନ ସ୍ଥାନମାନଙ୍କରେ ଦିନରେ ଟାର୍ଗେଟ କରି ରାତ୍ର ଘରେ ପସି ଡକାୟତ କରୁଥିବା ପୋଲିସ ପକ୍ଷରୁ ସୂଚନା l ସେମାନଙ୍କ ଠାରୁ ନଗଦ ୧ଲକ୍ଷ ୪୧ହଜାର ଏବଂ ସୁନା ୯୮.୭୪୦ ମିଲି ଗ୍ରାମ ଚୋରି କରିଥିବା ବେଳେ ୧୯.୮୦୦ମିଲି ଗ୍ରାମର ୨ ନମ୍ବର ସୀଲବେର କୟେନ ଏବଂ ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ କରି ଥାନାରେ ମାମଲା ରୁଜୁ କରି କୋର୍ଟ ସ୍ଥାନାନ୍ତର କରାଯାଇଛି l


















