କୁକୁଡାଖଣ୍ଡି,୧୯/୦୪(ଇ.ରଞ୍ଜନ): କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ରଘୁନାଥପୁର ମୌଜରେ ଥିବା ପଥର କ୍ରସର ଠାରେ ପଥର ବିସ୍ପୋରଣ କାର୍ଯ୍ୟରେ ବ୍ୟବହାର ହେଉଥିବା ଡିନାମାଇଟ ବିସ୍ପୋରଣରେ ୨ ମୃତ୍ୟୁ ୩ ଗୁରୁତର ହୋଇଛନ୍ତି l ସେମାନେ ଡିନାମାଇଟ,ପିଡିଆ, ସାଲଟ,ଡେଉଁରିଆ ପଟାସ ଗାଡିରେ ଧରି ଏବି କ୍ରସରରେ ଓଲ୍ହାଉଥିବା ବେଳେ ହଠାତ ବିସ୍ପୋରଣ ହୋଇଥିଲା l ଫଳରେ ୫ ଗୁରୁତରଙ୍କୁ ଆଘାତ ଲାଗିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା lସେମାନେ ହେଲେ କୁକୁଡାଖଣ୍ଡିର ଏ.ସନ୍ତୋଷ କୁମାର ଏବଂ ଆଙ୍କୁଶପୁର ଫାଦିରିପଲ୍ଲୀ ଗ୍ରାମର ସୁରେଶ ପାତ୍ର l କ୍ରସର ଘଟଣା ସ୍ଥଳରେ ବ୍ରହ୍ମପୁର ଏସପି ପିନାକୀ ମିଶ୍ର,ତହସିଲଦାର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଏସଡ଼ିପିଓ ଜୟନ୍ତ ମହାପାତ୍ର ବମ ନିରୋଧକ ଟିମ ପହଂଚି ତଦନ୍ତ କରି ଜଣେ ମହିଳା ଙ୍କୁ ଅଟକ ରଖି ପଚାରା ଉଚରା କରିଥିଲେ l ସେହି ଅଞ୍ଚଳରେ ନାମକୁ ମାତ୍ର କିଛି କ୍ରସର ସରକାରୀ ଲିଜ ଥିବା ବେଳେ ଅଧିକାଂଶ ନଥିବା ରୁ ରାଜସ୍ବ ହାନି ସହ ସରକାରୀ ନିୟମମୁତାବକ ଜନବସତି ଅଞ୍ଚଳରେ ପଥର ଫୁଟାଇ ବା ନିଷେଧ ଥିବା ବେଳେ ଆଇନ କୁ ଆଖିଠାର କରି ରାଜନୀତି ଙ୍କ ହାତବାରିସୀ କରି ନିୟମିତ ପଥର ଫୁଟାଇ ଲୋକଙ୍କ ଜୀବନ ସହ ଖେଳକରି ଶେଷରେ ମୁର୍ତ୍ୟୁ ମୁଖକୁ ଠେଲୁଛନ୍ତି l ଫାଦିରିପଲ୍ଲୀ ଅଞ୍ଚଳ ରେ ପଥର ଫୁଟା ଅଭିଯାନ ନଥିବା ସ୍ୱତେ ବି ପୁଟାଉଥିବା ବେଳେ ଜଣେ ବୃଦ୍ଧ ଆହାତ ହୋଇଥିବା ବେଳେ ଚର୍ଚ୍ଚ ଭଙ୍ଗାରୁଜା ହୋଇଥିଲା l ପ୍ରଶାସନ କୌଣସି ଆଖି ଦୃଷ୍ଟିଆ କାର୍ଯ୍ୟଅନୁଷ୍ଠାନ ହୋଇନଥିବା ରୁ କୌଣସି ଘୋଡ଼ିସନ୍ଧି ମୁହୂର୍ତ ରେ ସାଧାରଣ ଲୋକଙ୍କ ଜୀବନ ଯିବା ସମ୍ଭବ ରହିଛି ତେଣୁ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ଦୃଷ୍ଟି ଦେଲେ ଅନେକ ଜୀବନ ବଞ୍ଚି ରହିବା ବୋଲି ଅଞ୍ଚଳ ଲୋକେ ମତବ୍ୟକ୍ତ କରିଛନ୍ତି l


















