କୁକୁଡାଖଣ୍ଡି,୧୭/୦୪(ଇ.ରଞ୍ଜନ):ସଦରଥାନା ଅନ୍ତର୍ଗତ ବ୍ରହ୍ମପୁର ଦିଗପହଣ୍ଡି ରାଜ୍ୟ ରାଜପଥ ଲାଞ୍ଜିଆ ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଗୁରୁତର ହେଇଥିବା ସୂଚନା ମିଳିଚି । ମିଳିଥିବା ସୂଚନା ମୁତାବକ ଦିଗପହଣ୍ଡିରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଓଡ଼ି୦୭ଏକ୍ସ୯୧୦୨ ଅପରପକ୍ଷରୁ ଆସୁଥିବା ଏକ ହୋଣ୍ଡା ବାଇକ ସହ ମୁହାଁମୁହିଁ ଧକ୍କାହେବା ଫଳରେ ବାଇକ ଆରୋହୀ ଜଣଙ୍କ ଘଟଣା ସ୍ଥଳରେ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିବା କାରଣରୁ ଗୁରୁତର ହୋଇଥିବାବେଳେ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରି ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ ଉତ୍ୟକ୍ତ ଲୋକେ ବାରମ୍ବାର ରାସ୍ତାରେ ଦୁର୍ଘଟଣା ହେଉଥିବା କାରଣରୁ ଦୀର୍ଘ ସମୟ ଧରି ଟାୟାର ଜାଳି ରାସ୍ତାରୋକ କରିଥିଲେ ଯାହାଫଳରେ ଉଭୟ ପାର୍ଶ୍ଵରେ ଦୀର୍ଘ ଦୁଇଘଣ୍ଟାରୁ ଅଧିକ ସମୟ ଧରି ବହୁ ଗାଡ଼ି ଜମା ହୋଇ ରହିଥିଲା ସଦର ପୋଲିସ ସମେତ କୁକୁଡାଖଣ୍ଡି ତହସିଲଦାର ଡ଼. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥାନୀୟ ଲୋକେ ଧାରଣାରୁ ହଟିଥିଲେ ।



















