Saturday, September 5, 2026
ADVERTISEMENT
Home ରାଜ୍ୟ ସେବାୟତଙ୍କୁ କରୋନା ସଂକ୍ରମଣ ଯୋଗୁଁ ଆସନ୍ତା ୧୭ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ବନ୍ଦ ରହିବ ଆଖଣ୍ଡଳମଣୀ...

ସେବାୟତଙ୍କୁ କରୋନା ସଂକ୍ରମଣ ଯୋଗୁଁ ଆସନ୍ତା ୧୭ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ବନ୍ଦ ରହିବ ଆଖଣ୍ଡଳମଣୀ ମନ୍ଦିର

532
ADVERTISEMENT

ଭଦ୍ରକ,୧୫/୦୪(ଡ଼ି.ଏଚ/ବ୍ୟୁରୋ) : ନୀତିକାନ୍ତି ବନ୍ଦ ରଖି ଧାରଣାରେ ବସିଲେ ଭଦ୍ରକ ଆଖଣ୍ଡଳମଣି ମନ୍ଦିର ସେବାୟତ। ମନ୍ଦିର ଆଗରେ ଧାରଣା ଦେଇଛନ୍ତି ସେବାୟତ। ମନ୍ଦିରରୁ ଜଣେ ସେବାୟତ କରୋନା ପଜିଟିଭ୍ ବାହାରିବା ପରେ ୨ ଦିନ ପାଇଁ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ କରିଛି ପ୍ରଶାସନ। ତେବେ ଭକ୍ତଙ୍କ ଦର୍ଶନ ବନ୍ଦ ପ୍ରତିବାଦରେ ସେବାୟତମାନେ ଧାରଣା ଦେଇଛନ୍ତି। ଆଜିଠାରୁ ଆସନ୍ତା ଆସନ୍ତା ୧୭ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟରେ ମନ୍ଦିର ଚତୁପାର୍ଶ୍ୱ ସାନିଟାଇଜିଂ କରାଯିବ ବୋଲି ସୂଚନା ମିଳିଛି। ତାସହ ସମସ୍ତ ସେବାୟତଙ୍କ କରୋନା ଟେଷ୍ଟ କରାଯିବ ବୋଲି ଉପଜିଲ୍ଲାପାଳ ପିତାମ୍ବର ସାମଲ ସୂଚନା ଦେଇଛନ୍ତି।

Advertisement