Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୯୮୯ କରୋନା ପଜିଟିଭ୍ ଚିହ୍ନଟ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୯୮୯ କରୋନା ପଜିଟିଭ୍ ଚିହ୍ନଟ

509
ADVERTISEMENT

ଭୁବନେଶ୍ୱର,୧୫/୦୪(ଡ଼ି.ଏଚ/ବ୍ୟୁରୋ) : ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ପୁଣି ଦୁଇ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟାରେ ୨୯୮୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସଙ୍ଗରୋଧରୁ ୧୭୩୩ ଓ ସ୍ଥାନୀୟ ଅଞ୍ଚଳରୁ ୧୨୫୬ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ।। ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୬୩୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୩୮ ସଂକ୍ରମିତ ଚିହ୍ନଟ ହୋଇ ଦ୍ୱିତୀୟରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଜିଲ୍ଲାଓ୍ଵାରି ହିସାବରେ ଅନୁଗୁଳରେ ୬୫, ବାଲେଶ୍ୱରରେ ୮୩, ବରଗଡ଼ରେ ୧୨୬, ଭଦ୍ରକରେ ୩୪, ବଲାଙ୍ଗୀର ୧୧୦, ବୌଦ୍ଧରେ ୧୦, କଟକରେ ୨୦୮, ଦେବଗଡ଼ରେ ୨୩, ଢେଙ୍କାନାଳରେ ୨୧, ଗଜପତିରେ ୧୫, ଗଞ୍ଜାମରେ ୬୩, ଜଗତ୍ସିଂହପୁରରେ ୨୪, ଯାଜପୁରରେ ୫୧, ଝାରସୁଗୁଡ଼ାରେ ୮୪, କଳାହାଣ୍ଡିରେ ୨୬୦, କନ୍ଧମାଳରେ ୮, କେନ୍ଦ୍ରାପଡ଼ାରେ ୧୧, କେନ୍ଦୁଝରରେ ୭୭, କୋରାପୁଟରେ ୧୪, ମାଲକାନଗିରିରେ ୨, ମୟୂରଭଞ୍ଜରେ ୩୮, ନବରଙ୍ଗପୁରରେ ୪୩, ନୟାଗଡ଼ରେ ୧୨, ନୂଆପଡ଼ାରେ ୧୫୧, ପୁରୀ ୧୧୨, ରାୟଗଡ଼ା ୨୭, ସମ୍ବଲପୁର ୧୪୮, ସୋନପୁର ୬, ଓ ଷ୍ଟେଟ୍ ପୁଲରୁ ୯୪ଜଣ ସଂକ୍ରମିତ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩, ୫୮,୩୪୨ ଥିବା ବେଳେ ସୁସ୍ଥ ହେଲେଣି ୩,୪୧,୭୩୩। ରାଜ୍ୟରେ ଏବେ ବି ୧୪୬୨୧ଟି ସକ୍ରିୟ ମାମଲା ରହିଛି।

Advertisement