Friday, November 6, 2026
ADVERTISEMENT
Home ଆଞ୍ଚଳିକ କରୋନା ଦ୍ବିତୀୟ ଲହର କୁ ଦୃଷ୍ଟିରେ ରଖି ସଚେତନତା କାର୍ଯ୍ୟକ୍ରମ

କରୋନା ଦ୍ବିତୀୟ ଲହର କୁ ଦୃଷ୍ଟିରେ ରଖି ସଚେତନତା କାର୍ଯ୍ୟକ୍ରମ

306
ADVERTISEMENT

ବ୍ରହ୍ମପୁର,୧୫/୪,(ସୁଦାମ ମହାରଣା) :ଗଞ୍ଜାମ ଜିଲ୍ଲା ରେ କରୋନା ସ’କ୍ରମଣ ବର୍ତ୍ତମାନ ବଢ଼ିବାରେ ଲାଗିଛି। ଗତ ଦୁଇ ଦିନ ମଧ୍ୟରେ ୧୫୦ ଜଣ ଚିହ୍ନଟହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ଗଞ୍ଜାମରେ କରୋନାର ଦ୍ବିତୀୟ ଲହର ସ’କ୍ରମଣ କମ୍ ରହିଛି । କରୋନା ସ’କ୍ରମଣକୁ ପ୍ରତିହତ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ସେହିପରିଆଜି ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହରରେ ତହସିଲଦାର ନିତିଶ କୁମାର ତ୍ରିପାଠୀ ଓ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଉପସ୍ଥିତ ରହି ମାସ୍କ ପିନ୍ଧିବା,ଆବଶ୍ୟକତା ନଥିଲେ ଗହଳି ନକରିବା, ସାମାଜିକ ଦ୍ବରତ୍ବ ରକ୍ଷା କରିବା ପାଇଁ ମାଇକ୍ ଯୋଗେ ପ୍ରଚାର ପ୍ରସାର କରିଥିଲେ । ସହରରେ ଥିବା ଷ୍ଟେଟବ୍ୟାଙ୍କ ,ପନିପରିବା ମାର୍କେଟ ,ହୋଟେଲ ,ଦୋକାନ ଆଦିରେ କୋଭିଡ ଗାଇଡଲାଇନ ର ପଞ୍ଚସୂତ୍ର ନିୟମ ମାନିବା ପାଇଁ ସଚେତନ କରିଥିଲେ । ଦୋକାନ ଆଗରେ ବେରିକେଡ କରିବା, ସାମାଜିକ ଦୂରତ୍ୱ ପାଇଁ ଚିହ୍ନଟ କରିବା, ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଥିଲେ । ହୋଟେଲରେ ବସି ଖାଇବା ବନ୍ଦ କରି ପାରସଲ ଦେବା, ସାନିଟାଇଜେସନ କରିବା ପାଇଁ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ କହିଥିଲେ । ଯେଉଁ ବ୍ୟକ୍ତି ମାନେ ମାସ୍କ ପିନ୍ଧି ନଥିଲେ ସେମାନଙ୍କୁ ଥାନା ପକ୍ଷରୁ ମାସ୍କ ପ୍ରଦାନ କରାଯାଇଥିଲା ଏହି ସଚେତନତା କାର୍ଯ୍ୟକ୍ରମ ରେ ତହସିଲ ,ଥାନା କର୍ମଚାରୀ ଉପସ୍ଥିତ ଥିଲେ ।

Advertisement