ଏସଡିଜିଏମ୍ ଅଦାଲତଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ଜିଲ୍ଲା ଅଦାଲତଙ୍କ ଦ୍ବାରସ୍ଥ ହେଲେ ଅନୁଭବ

187
ADVERTISEMENT

ଭୁବନେଶ୍ୱର,୧୫/୦୪(ଡ଼ି.ଏଚ/ବ୍ୟୁରୋ) : ଘରୋଇ ହିଂସା ଅଭିଯୋଗ ନେଇ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଦାୟର କରିଥିବା ମାମଲାରେ ଏସଡିଜିଏମ୍ କୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ ବିରୋଧରେ ତାଙ୍କ ସ୍ବାମୀ ତଥା ଅଭିନେତା ଓ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଜିଲ୍ଲା ଅଦାଲତଙ୍କ ଦ୍ବାରସ୍ଥ ହୋଇଥିବାର ଖବର ମିଳିଛି । ବର୍ଷା ଘରୋଇ ହିଂସା ଅଭିଯୋଗ ନେଇ ମାମଲା ରୁଜୁ କରିବା ପରେ କେତେକ ଘରୋଇ ହିଂସା ଘଟଣା ତାଙ୍କ ସହିତ ଘଟିଥିଲା । ସେ ରହୁଥିବା ଘରୁ ବର୍ଷାଙ୍କୁ ବାହାର କରିବାକୁ ଉଦ୍ୟମ କରାଯାଇଥିଲା । ବିଭିନ୍ନ ଭାବେ ହଇରାଣ କରାଯାଇଥିଲା। ମାମଲା ରୁଜୁ ପରବର୍ତ୍ତୀ ସମୟରେ ହୋଇଥିବା ଘରୋଇ ହିଂସା ଘଟଣାକୁ ଶୁଣାଣି ପରିସରଭୁକ୍ତ କରିବାକୁ ବର୍ଷା ଏକ ପିଟିସନ ଦାଖଲ କରିଥିଲେ । ବର୍ଷାଙ୍କ ପିଟିସନକୁ ଅଦାଲତ ଗ୍ରହଣ କରି ଏଥି ଲାଗି ଅନୁମତି ଦେଇଥିଲେ। ଏସଡିଜିଏମ୍ ଅଦାଲତଙ୍କ ଏପରି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଅନୁଭବ ଜିଲ୍ଲା ଅଦାଲତଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଆଜି ମାମଲା ଶୁଣାଣି ଘୁଞ୍ଚିଛି।

Advertisement