Thursday, November 5, 2026
ADVERTISEMENT
Home ଆଞ୍ଚଳିକ ମା ତାରାତାରିଣୀଙ୍କ ଚୈତ୍ର ତୃତୀୟ ମଙ୍ଗଳବାର ଯାତ୍ରା

ମା ତାରାତାରିଣୀଙ୍କ ଚୈତ୍ର ତୃତୀୟ ମଙ୍ଗଳବାର ଯାତ୍ରା

453
ADVERTISEMENT

ବ୍ରହ୍ମପୁର,୧୪/୦୪(ସୁଦାମ ମହାରଣା) :ଗଞ୍ଜାମ ଜିଲ୍ଲାର ଇଷ୍ଟଦେବୀ ମା ତାରାତାରିଣୀଙ୍କ ଆଜି ହେଉଛି ଚୈତ୍ର ମଙ୍ଗଳବାର ତୃତୀୟ ପାଳି । କରୋନା ସକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରିଛନ୍ତି ନୂତନ କଟକଣା ନିୟମ । ପୂର୍ବରୁ ମୁଣ୍ଡନକୁ ବନ୍ଦ କରାଯାଇଥିବା ବେଳେ ବର୍ତ୍ତମାନ ପୁରୁଷୋତ୍ତମପୁର ବ୍ଲକ ଓ ଏନ.ଏ.ଏସି ବାସିନ୍ଦାକୁ ଦର୍ଶନ ନିମନ୍ତେ ଅନୁମତି ମିଳିଛି । ଦର୍ଶନ କରିବା ପାଇଁ ଯିବା ବେଳେ ପରିଚୟ ପତ୍ର, ମାସ୍କ ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି । ପାହାଚ ରାସ୍ତା ବନ୍ଦ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ନିୟୋଜିତ ହୋଇଥିବା ବସ୍ ଯୋଗେ ଶ୍ରଦ୍ଧାଳୁ ହିଲ୍ ଟପ କୁ ଯାଇ ମା’ଙ୍କ ଦର୍ଶନ କରିଥିଲେ ।ଭିଡକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯାଇଛି ।ମୁଣ୍ଡନ କୁ ରୋକିବା ଲାଗି ପୋଲିସ ଫୋର୍ସର ୨ ଟି ଟିମ୍ ଗଠନ କରାଯାଇଛି । ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛି ।

Advertisement