Thursday, September 24, 2026
ADVERTISEMENT
Home ଯାଜପୁର ଯାଜପୁର ଅଗ୍ନିଶମ ବିଭାଗର ନିଆରା ପ୍ରୟାସ, ୧୦୧ ବଦଳରେ ୧୧୨ ନମ୍ବର ବ୍ୟବହାର କରିବାକୁ ଜନତାଙ୍କୁ...

ଯାଜପୁର ଅଗ୍ନିଶମ ବିଭାଗର ନିଆରା ପ୍ରୟାସ, ୧୦୧ ବଦଳରେ ୧୧୨ ନମ୍ବର ବ୍ୟବହାର କରିବାକୁ ଜନତାଙ୍କୁ ନିବେଦନ

465
ADVERTISEMENT

ଭୁବନେଶ୍ୱର,୧୪/୦୪(ଡ଼ି.ଏଚ/ବ୍ୟୁରୋ) : ଅଗ୍ନିଶମ ସେବା ସପ୍ତାହ ଅବସରରେ ଆଜି ଯାଜପୁର ଅଗ୍ନିଶମ ବିଭାଗ ପକ୍ଷରୁ ସଚେତନତା ଉଦ୍ଦେଶ୍ୟରେ ଏକ ନିଆରା ପ୍ରୟାସ କରାଯାଇଛି । ସବୁ ଜରୁରୀ ପରିସ୍ଥିତିରେ ଅଗ୍ନିଶମ ବିଭାଗର ଆବଶ୍ୟକତା ପଡିଥାଏ । ଏଣୁ ଅଗ୍ନିଶମ ସେବା ସପ୍ତାହ ଅବସରରେ ଲୋକମାନଙ୍କୁ ଆବଶ୍ୟକୀୟ ଅଗ୍ନିନିର୍ବାପକ ସଂପର୍କରେ ଅବଗତ କରାଇବା ପାଇଁ ଏହି ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି । ଯାଜପୁର ଅଶ୍ନିଶମ ପକ୍ଷରୁ ଯାଜପୁର ସହର ମଧ୍ୟରେ ସୁସଜ୍ଜିତ ଅଗ୍ନିଶମ ଗାଡି ଗୁଡିକ ପରିକ୍ରମା ସହ ବର୍ତ୍ତମାନ କାର୍ଯ୍ୟକ୍ଷମ ହେଉଥିବା ଜରୁରୀ ଯୋଗାଯୋଗ ନଂ ୧୦୧ ବଦଳରେ ୧୧୨ ବ୍ୟବହାର କରିବାକୁ ଲୋକମାନଙ୍କୁ ଲିପଲେଟ୍ ମାଧ୍ୟମରେ ସଚେତନତା କରାଯାଇଛି । ଏଥି ସହ ଅଗ୍ନିସୁରକ୍ଷା ପାଇଁ ବ୍ୟବହୃତ ଉପକରଣକୁ କିପରି ସଠିକ ଭାବେ ରକ୍ଷଣାବେକ୍ଷଣ କରାଯାଇ ପାରିବ ସେ ନେଇ ମଧ୍ୟ ସଚେତନତା କରାଯାଇଛି । ସୁରକ୍ଷା ପାଇଁ ଉପକରଣର ସୁରକ୍ଷା ନିତାନ୍ତ ଆବଶ୍ୟକ । ଏହି ସପ୍ତାହ ମଧ୍ୟରେ ଯାଜପୁର ଅଗ୍ନିଶମ ସେବା କେନ୍ଦ୍ର ପକ୍ଷରୁ ଗ୍ରାମାଚଂଳ ଓ ସହରାଂଚଳମାନଙ୍କରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଅଗ୍ନିସେବା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମାରାଣ୍ଡି କହିଛନ୍ତି ।

Advertisement