ADVERTISEMENT
Home Uncategorized ରାଜ୍ୟରେ ୨୪ଘଣ୍ଟାରେ ୧୭୮୪ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୨୪ଘଣ୍ଟାରେ ୧୭୮୪ କରୋନା ଆକ୍ରାନ୍ତ ଚିହ୍ନଟ

524
ADVERTISEMENT

ଭୁବନେଶ୍ୱର,୧୩/୦୪(ଡ଼ି.ଏଚ/ବ୍ୟୁରୋ) :ବଢ଼ି ବଢ଼ି ଚାଲିଛି କରୋନା ମିଟର୍। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୧୭୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୩୫ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୭୪୯ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସର୍ବାଧିକ ୩୦୩ ଜଣ ନୂଆପଡ଼ାରୁ ଚିହ୍ନଟ ହୋଇଛନ୍ତି। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୫୩ ହଜାର ୦୮୬ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୪୦ ହଜାର ୬୦୦ଜଣ। ଏବେ ବି ସକ୍ରିୟ ଅଛନ୍ତି ୧୦୫୦୩ ଜଣ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisement