ବ୍ରହ୍ମପୁର,୧୩/୦୪(ସୁଦାମ ମହାରଣା) :ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜାମୁନି ଗ୍ରାମରେ ଥିବା ଉତ୍କଳ ଗ୍ରାମିଣ ବ୍ୟାଙ୍କ (ୟୁଜିବି)ଶାଖାରେ ପଶି ଦୁର୍ବୃତ୍ତ ମାନେ ଲୁଟ୍ ଉଦ୍ୟମ କରିଥିବା ବେଳେ ନିକଟରେ ଥିବା ଏସବି ଆଇ ଗ୍ରାହକ ସେବା କେନ୍ଦ୍ରରୁ ଏକ ଲକ୍ଷ ୯୭ହଜାର ଟଙ୍କା ଲୁଟି ନେଇଛନ୍ତି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ,ସବୁଦିନ ପରି ଗ୍ରାହକ ସେବାକେନ୍ଦ୍ର ପରିଚାଳକ ଜୟସେନ ପାଢ଼ୀ କାମସାରି ରାତିରେ ନିକଟବତ୍ତି ଗ୍ରାମ ବୁରୁତୁଳୁ ପଳାଇ ଯାଇଥିଲେ । ଏହାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ଗ୍ରାହକ ସେବାକେନ୍ଦ୍ରର ଗ୍ରିଲ୍ ଭାଙ୍ଗି ଆଲମିରାରୁ ୧ଲକ୍ଷ୨୫ହଜାର ଟଙ୍କାଓ ଟେବୁଲ ଡ୍ରରୁ ୭୨ହଜାର ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ସେହିପରି ଉତ୍କଳ ଗ୍ରାମିଣ ବ୍ୟାଙ୍କ ଉପର ଘର କବାଟ ଭାଙ୍ଗି ପଶିଥିଲେ । ଷ୍ଟ୍ରଙ୍ଗ ରୁମ ଭାଙ୍ଗିବା ପାଇଁ ଉଦ୍ୟମ କରୁଥିବା ବେଳେ ସାଇରନ୍ ବାଜି ଉଠି ଥିଲା । ଫଳରେ ସେମାନେ ସିସିଟିଭି ଭାଙ୍ଗି ଫେରାଇ ହୋଇଯାଇଥିଲେ । ଖବର ପାଇ ଗ୍ରାହକ ସେବା କେନ୍ଦ୍ରର ପରିଚାଳକ ଓ ବ୍ୟାଙ୍କ ରିଜୋନାଲ ମ୍ୟାନେଜର ଅଜୟ କୁମାର ନାହାକ ଓ ବ୍ୟାଙ୍କ ପରିଚାଳକ ବିଜୟ କୁମାର ବାରିକ ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ କରିଛନ୍ତି।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।


















