Friday, November 6, 2026
ADVERTISEMENT
Home ଆଞ୍ଚଳିକ ବାପା ମା ଛେଉଣ୍ଡ ଶିଶୁଙ୍କ ସହାରା ସାଜିଲା ପ୍ରଶାସନ : ଚାରି ଅନାଥ ଶିଶୁଙ୍କ ସମ୍ପୂର୍ଣ...

ବାପା ମା ଛେଉଣ୍ଡ ଶିଶୁଙ୍କ ସହାରା ସାଜିଲା ପ୍ରଶାସନ : ଚାରି ଅନାଥ ଶିଶୁଙ୍କ ସମ୍ପୂର୍ଣ ଦାୟିତ୍ୱ ନେବେ ସରକାର

510
ADVERTISEMENT

କୁକୁଡାଖଣ୍ଡି,୧୧/୪,(ଇ.ରଞ୍ଜନ) :ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଆଦିବାସୀ ଅଧୁଷିତ କୁମ୍ଭଝରୀ ଗ୍ରାମର କେଶ୍ବର ମଲ୍ଲିକଙ୍କ ଦଶ ବର୍ଷ ତଳେ କୌଣସି କାରଣରୁ ମୃତ୍ୟୁ ହୋଇଯାଇଚି I ପରବର୍ତ୍ତୀ ସମୟରେ 3ପୁଅ ଓ ଗୋଟିଏ ଝିଅକୁ ନେଇ ପରିବାରର ବୋଝ ସମ୍ଭାଳୁଥିବା ମାଆ ତରା ମଲ୍ଲିକ ଦୁଇ ବର୍ଷ ତଳେ ଆରପାରିକୁ ଚାଲିଗଲେ I ଏହା ପରେ ତିନି ଭାଇ ଓ ଜଣେ ଭଉଣୀ ବେସାହାରା ପାଲଟି ଯାଇଛନ୍ତି I ସେମାନେ ବର୍ତ୍ତମାନ ପରିଣତ ବୟସ୍କା ଆଇ ନିକଟରେ ରହୁଥିବାବେଳେ 17 ବର୍ଷ ବୟସର କୋମଳ ହାତରେ କଲମ ଚଳାଇ ନିଜ ଭବିଷ୍ୟତ ଗଢିବାର ସ୍ବପ୍ନ ଦେଖୁଥିବା ବଡଭାଇ କୈଳାଶ ନିଜକୁ ଶ୍ରମିକ ସଜାଇ ଏହି ତିନି ଛୁଆଙ୍କ ଦାୟିତ୍ୱ ସମ୍ଭାଳୁଚି I ଦୁଇ ନମ୍ବର ଭାଇ ପିଣ୍ଟୁ ମଲ୍ଲିକ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ବେଳେ ତିନି ନମ୍ବର ଭଉଣୀ ରଶ୍ମୀତା ମଲ୍ଲିକ ଷଷ୍ଠ ଶ୍ରେଣୀରେ ଏବଂ ଚାରି ନମ୍ବର ଭାଇ ମଣ୍ଟୁ ମଲ୍ଲିକ ତୃତୀୟ ଶ୍ରେଣୀ ରେ ପାଠ ପଢୁଛନ୍ତି I ନିଜ ସୁନ୍ଦର ଭବିଷ୍ୟତକୁ ପାଦରେ ଦଳି ତିନି ଜଣଙ୍କୁ ପାଠ ପଢ଼ାଇ ମଣିଷ ପରି ମଣିଷ ଟିଏ କରିବାର ସ୍ବପ୍ନ ଦେଖୁଚି ବଡଭାଇ କୈଳାଶ I କିନ୍ତୁ ସମୟ ଚକ୍ରରେ ବର୍ତ୍ତମାନ ଦୁଇଓଳି ଦୁଇ ମୁଠା ଖାଇବା ସତେ ଯେପରି କୁଇ ସମ୍ପ୍ରଦାୟର ଏହି ଆଦିବାସୀ ପରିବାର ପ୍ରତି ଅଭିଶାପ ପାଲଟି ଯାଇଚି I ସରକାରୀ ସହାୟତା କହିଲେ କେବଳ ଚାଉଳ ଓ କିରୋସିନି ଟିକିଏ ପାଉଛୁ ଏହା ବ୍ୟତୀତ ଅନ୍ୟ କୌଣସି ସହାୟତା ମିଳୁନଥିବା କହିଚନ୍ତି I ଏହି ପରିବାରର ଦୁଃଖଦ କାହାଣୀ ପ୍ରଶାସନ ନିକଟରେ ପହଞ୍ଚିବା ପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ବ୍ରହ୍ମପୁର ଉପ-ଜିଲ୍ଲାପାଳ ଭି. କୀର୍ତ୍ତି ଭାଷନଙ୍କ ନିର୍ଦ୍ଧେଶ କ୍ରମେ ତତକ୍ଷଣାତ କାଳ ବିଳମ୍ବ ନକରି ପରିବାର ନିକଟରେ ପହଞ୍ଚିଥିଲେ କୁକୁଡାଖଣ୍ଡି ତହସିଲଦାର ଡ଼. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଏବଂ କୋମଳମତି ଶିଶୁ ମାନଙ୍କ ଦୁଃଖ ଦେଖି ତହସିଲଦାରଙ୍କ ଆଖି ଛଳଛଳ ହୋଇଯାଇଥିଲା I ନିଜ କୋହକୁ ସମ୍ଭାଳି ନପାରି କୁନି ଝିଅଟିକୁ କୁଣ୍ଢେଇ ପକେଇଥିଲେ ଏବଂ କୁନିକୁନି ଶିଶୁଙ୍କ ଲୁହ ପୋଛିଦେବା ସହ ଏକ ଘଣ୍ଟାରୁ ଅଧିକ ସମୟ ଧରି ସେମାନଙ୍କ ସୁଖଦୁଃଖ ପଚାରି ବୁଝିଥିଲେ I ଅସୁବିଧା ଶୁଣିବା ପରେ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କୁ ରେଡକ୍ରସ ପାଣ୍ଠିରୁ 10ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଧେଶ ଦେବାସହ ସମସ୍ତ 4ଶିଶୁଙ୍କ ଜାତିଗତ ପ୍ରମାଣପତ୍ର ତୁରନ୍ତ କରିବା ପାଇଁ କହିଥିଲେ I ଏବଂ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଖୁବଶୀଘ୍ର ପ୍ରଶାସନ ତରଫରୁ ପାଠପଢ଼ା ଠାରୁ ଆରମ୍ଭ କରି ରହିବା ଓ ଖାଇବା ବ୍ୟବସ୍ଥା କରାଯିବ ବୋଲି କହିଥିଲେ I ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସିରେ ଲହରି ଖେଳି ଯାଇଚି I ଏବଂ ପ୍ରଶାସନର ଏହି ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା ମିଳିଥିବା ବେଳେ ପରିବାର ବର୍ଗ ସରକାରଙ୍କୁ ଧନ୍ୟବାଦ ଦେଇଚନ୍ତି I

Advertisement