Friday, November 6, 2026
ADVERTISEMENT
Home ଆଞ୍ଚଳିକ ନୂଆପଡା ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଓ ପ୍ରଶିକ୍ଷଣ ଶିବିର

ନୂଆପଡା ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଓ ପ୍ରଶିକ୍ଷଣ ଶିବିର

172
ADVERTISEMENT

କୁକୁଡାଖଣ୍ଡି,୧୧/୪,(ଇ.ରଞ୍ଜନ) : କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଡ଼େଙ୍ଗାପଦର ପଞ୍ଚାୟତ ନୂଆପଡା ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ କାର୍ଯ୍ୟକ୍ରମ ସମେତ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ ହୋଇଯାଇଛି I ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଟିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ଲକ ସହକାରୀ ଶିକ୍ଷା ଅଧିକାରୀ ତ୍ରିନାଥ ମଲିକ ଯୋଗଦେଇଥିଲେ I ବିଦ୍ୟାଳୟର 30 ରୁ ଅଧିକ ଛାତ୍ରୀଛାତ୍ରଙ୍କୁ ପୋଷାକ ବଣ୍ଟନ କରାଯାଇଥିବାବେଳେ ଏସ.ଏମ୍.ସି କର୍ମକର୍ତ୍ତାଙ୍କ କାର୍ଯ୍ୟପନ୍ଥା ଉପରେ ଉପସ୍ଥିତ ଅତିଥି ମାନେ ଆଲୋକପାତ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ସିଆରସିସି ଦିଲ୍ଲୀପ କୁମାର ଜେନା, ରଞ୍ଜନ ପାଣିଗ୍ରାହୀ ସମେତ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ I

Advertisement