Friday, November 6, 2026
ADVERTISEMENT
Home ଆଞ୍ଚଳିକ ସହୀଦଙ୍କ ଉଦ୍ଦେଶ୍ୟରେ ମହମବତୀ ଶୋଭାଯାତ୍ରା

ସହୀଦଙ୍କ ଉଦ୍ଦେଶ୍ୟରେ ମହମବତୀ ଶୋଭାଯାତ୍ରା

196
ADVERTISEMENT

ବ୍ରହ୍ମପୁର,୧୧/୪,(ସୁଦାମ ମହାରଣା) :ଏପ୍ରିଲ ୪ ତାରିଖରେ ଛତିଶଗଡ଼ ବିଜାପୁର-ସୁକୁମା ସୀମାରେ ନକ୍ସଲ ଆକ୍ରମଣରେ ସହୀଦ ହୋଇଥିବା ୨୨ଜଣ ବୀର ଯବାନଙ୍କ ଅମର ଆତ୍ମାର ସଦ୍ ଗତି ନିମନ୍ତେ ପୁରୁଷୋତ୍ତମପୁର ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଏକ ମହମବତୀ ଶୋଭାଯାତ୍ରା ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ଏହି ରାଲି ହିନ୍ଦୀ ପ୍ରଚାର ସଭା କାର୍ଯ୍ୟାଳୟରୁ ବାହାରି ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା ।ଏହି ଯାତ୍ରାରେ ସଙ୍ଘ ସଭାପତି ଅରୁଣ କୁମାର ପଣ୍ଡା, ସମ୍ପାଦକ ପ୍ରଫୁଲ୍ଲ କୁମାର ରଥ,ସୁବାଷ ଚନ୍ଦ୍ର ଦାସ, ହରିହର ପଣ୍ଡା, ବ୍ରଜ ବେହେରା ସମେତ ୫୦ରୁ ଉର୍ଦ୍ଧ୍ବ ସଦସ୍ୟ ଉପସ୍ଥିତ ଥିଲେ ।

Advertisement