Thursday, September 3, 2026
ADVERTISEMENT
Home ମୁଖ୍ୟ ଖବର ଛତିଶଗଡରେ ପୁଣି ନକ୍ସଲ ହିଂସା :୫ଟି ଗାଡ଼ି ଜାଳିଦେଲେ

ଛତିଶଗଡରେ ପୁଣି ନକ୍ସଲ ହିଂସା :୫ଟି ଗାଡ଼ି ଜାଳିଦେଲେ

204
ADVERTISEMENT

ମାଲକାନଗିରି,୧୧/୦୪(ଡ଼ି.ଏଚ/ବ୍ୟୁରୋ) : ମାଲକାନଗିରି ସୀମାନ୍ତ ଛତିଶଗଡରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ନକ୍ସଲ ହିଂସା ଘଟାଇବାରେ ସଫଳ ହେଉଛନ୍ତି। ବିଜାପୁର ଜିଲ୍ଲାର ନେମେଡ ଥାନା ଅଂଚଳରେ ଥିବା ଵାଟେର ଫିଲଟର ପ୍ଲାଣ୍ଟରେ ନିୟୋଜିତ ଥିବା ୫ଟି ଗାଡିକୁ ନକ୍ସଲ ଆଜି ନିଆଁ ଲଗାଇ ପୋଡି ଦେଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଏସପି କମଳଲୋଚନ କଶ୍ୟପ ପ୍ରକାଶ କରିଛନ୍ତି। ବିଜାପୁର ଜିଲ୍ଲାରେ ନକ୍ସଲ ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି। ଗତ ଦୁଇ ୩ ତାରିଖରେ ୨୩ ଜଣ ଯବାନଙ୍କୁ ନକ୍ସଲ ମାରିଥିବା ବେଳେ ଗତ ଦୁଇ ଦିନ ତଳେ ତିନି ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଅପହରଣ କରି ନେଇଛନ୍ତି। ତେବେ ନକ୍ସଲ ଦମନ ନେଇ ଛତିଶଗଡ ପୁଲିସ ତରଫରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡିଛି।

Advertisement