Sunday, September 6, 2026
ADVERTISEMENT
Home ରାଜ୍ୟ ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର ଗତକାଲି କେଉଁଆଡ଼େ ଫେରାର : ବାଲେଶ୍ୱର ସୀମାରେ ହାଇଆଲର୍ଟ

ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର ଗତକାଲି କେଉଁଆଡ଼େ ଫେରାର : ବାଲେଶ୍ୱର ସୀମାରେ ହାଇଆଲର୍ଟ

163
ADVERTISEMENT

ବାଲେଶ୍ୱର,୧୧/୦୪(ଡ଼ି.ଏଚ/ବ୍ୟୁରୋ) : କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର ଗତକାଲି କେଉଁଆଡ଼େ ଫେରାର ହୋଇ ଯାଇଥିବା ବେଳେ ପୁଲିସ ତାକୁ ଧରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛି। ଘଟଣାକୁ ନେଇ ଗତକାଲି ପୁଲିସ ଡିଜି ଅଭୟଙ୍କ ଉଚ୍ଚସ୍ତରୀୟ ବୈଠକ ପରେ କଟକ ସହର ସମେତ ରାଜ୍ୟର ସମସ୍ତ ସୀମାକୁ ସିଲ କରିବା ପାଇଁ ଏସ୍‌ପିମାନଙ୍କୁ ନିର୍ଦେଶ ଦିଆଯାଇଥିଲା।
ଏହି କ୍ର‌ମରେ ଉତ୍ତର ଓଡ଼ିଶାର ବାଲେଶ୍ବର ଏବଂ ମୟୁରଭଂଜ ଜିଲ୍ଲାରେ ଥିବା ସମସ୍ତ ସୀମାକୁ ସିଲ କରାଯାଇଥିବା ଜଣାଯାଇଛି। ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇ ଯାନବାହନଗୁଡ଼ିକୁ ତନ୍ନ ତନ୍ନ କରି ତଲାସୀ କରିବା ସହ ରାଜ୍ୟ ବାହାରକୁ ଯାଉଥିବା ଟ୍ରେନ୍‌ ଓ ବସ୍‌ଗୁଡ଼ିକୁ ଭଲ ଭାବେ ଯାଞ୍ଚ୍‌ କରିବା ପାଇଁ ସ୍ବତନ୍ତ୍ର ଟିମ୍‌କୁ ଆଲର୍ଟ କରାଯାଇଛି। ବାଲେଶ୍ବରର ଲକ୍ଷ୍ମଣନାଥ ଗେଟ୍‌ ସମେତ ଜିଲ୍ଲା ଦେଇ ବାହାର ରାଜ୍ୟକୁ ଯାଇଥିବା ସମସ୍ତ ସୀମା ପ୍ରତି ଆଲର୍ଟ ରହିବା ପାଇଁ ବାଲେଶ୍ବର ଏସପିଙ୍କୁ ନିର୍ଦେଶ ଦିଆଯାଇଛି। ସେହିପରି ମୟୂରଭଞ୍ଜ ଏସ୍‌ପିଙ୍କୁ ମଧ୍ୟ ଏହି ସୂଚନା ଦିଆଯାଇଥିବା ପୂର୍ବାଞ୍ଚଳ ପୁଲିସ ମହାନିରୀକ୍ଷକ ଦୀପ୍ତେଶ କୁମାର ପଟ୍ଟନାୟକ କହିଛନ୍ତି।

Advertisement