Sunday, September 6, 2026
ADVERTISEMENT
Home ରାଜ୍ୟ ମାସ୍କ ଫାଇନ୍‌ ବଢିଲା ୨ ଗୁଣା, ଧରାପଡ଼ିଲେ ଗଣିବ ୫ ହଜାର !

ମାସ୍କ ଫାଇନ୍‌ ବଢିଲା ୨ ଗୁଣା, ଧରାପଡ଼ିଲେ ଗଣିବ ୫ ହଜାର !

254
ADVERTISEMENT

ଭୁବନେଶ୍ୱର,୧୦/୦୪(ଡ଼ି.ଏଚ/ବ୍ୟୁରୋ): ମାସ୍କ ଅମାନିଆଙ୍କ ପାଇଁ ଜରିମାନା ପରିମାଣ ବଢ଼ାଇଲେ ରାଜ୍ୟ ସରକାର। ପ୍ରଥମ ଓ ୨ୟ ଥର ଧରାପଡ଼ିଲେ ୨ ହଜାର ଜରିମାନା ଦେବାକୁ ପଡ଼ିବ। ପରବର୍ତ୍ତୀ ଥର ଧରାପଡ଼ିଲେ ୫ ହଜାର ଜରିମାନା ଦେବାକୁ ପଡ଼ିବ। ପୂର୍ବରୁ ପ୍ରଥମ ଓ ୨ୟ ଥର ପାଇଁ ଜରିମାନା ୧ ହଜାର ଥିଲା। ଆଜି ଜରିମାନା ଦୁଇଗୁଣ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ।
ଏଥିପାଇଁ ଆଜିଠାରୁ ୧୪ଦିନ ଯାଏ ମାସ୍କ ଅଭିଯାନ ଆରମ୍ଭ କରିବା। ଆଜିଠାରୁ ସଂକଳ୍ପ ନେଇ ଆମେ ସମସ୍ତେ ମାସ୍କ ପିନ୍ଧିବା। ସଠିକ ଭାବେ ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବେକରେ ଝୁଲାଇ ନୁହେଁ, ଠିକ ଭାବେ ନାକକୁ ଘୋଡ଼ାଇ ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Advertisement