କୁକୁଡାଖଣ୍ଡି,୦୯/୦୪(ଇ.ରଞ୍ଜନ): କୁକୁଡାଖଣ୍ଡି ଅନ୍ତର୍ଗତ ବୋରିଗାଁ ପଞ୍ଚାୟତ ରାସ୍ତାଦେଇ ହାତୱେ କେବଲ ଯାଇଥିବା ବେଳେ ସେହି ତାର କୁ ସରପଞ୍ଚ ବସନ୍ତ ସାହୁ ସମେତ ୩ ଜଣ ରୁ ଅଧିକ ସହଯୋଗୀ ସମ୍ପୃକ୍ତ ରହି କାଟିଦେଇ ଥିବା ନେଇ ସଦରଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ସେହି ଅଞ୍ଚଳର ହାତୱେ ସଂସ୍ଥାର ବିତରକ ଜଗଦଳପୁର ନାରାୟଣ ପ୍ରଧାନ l ଅଭିଯୋଗ ଅନୁଯାୟୀ ସରପଞ୍ଚ ବସନ୍ତ ସାହୁ ନିମଖଣ୍ଡି ଠାରୁ ବୋରିଗାଁ ଅଞ୍ଚଳ ପର୍ଯ୍ୟନ୍ତ କେବଲ ତାର ବିଛାଇ ଘରେ ଘରେ କେବଲ ସଂଯୋଗ କରି ବେପାର କରିଥିବା ବେଳେ ହାତୱେ ମଧ୍ୟ ତାର ସଂଯୋଗ କରି ସେହି ଅଞ୍ଚଳ ରେ ଵେବସାୟ ଉର୍ଦ୍ଧିଷ୍ଟ ରେ ସେବା ପହଞ୍ଚାଇବା ଲକ୍ଷ ନେଇ ଗତକିଛି ଦିନ ଧରି ତାର ବିଛେଇଥିବା ବେଳେ ତାହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଲକ୍ଷ ନେଇ ସରପଞ୍ଚ ସମେତ ତାଙ୍କ ସମର୍ଥକ ଅଭିରାମ ସେଠି, ଶିବ ଶଙ୍କର ସାହୁ, ମିଟୁ ମହାରଣା କିଛି ଯୁବକ ମିଳିତ ଭାବେ କେବଲ ତାର ବୁଧବାର ରାତ୍ରକାଳୀନ ୧୨ ସମୟରେ କାଟୁଥିବା ସେହି ଅଞ୍ଚଳର କୌଣସି ବ୍ୟକ୍ତି ଜଣକ ହାତୱେ ବିତରକ ଙ୍କୁ ସୂଚନା ଦେବା ରୁ ନାରାୟଣ ଦୌଡ଼ି ସେଠାରେ ପହଂଚିଥିଲେ ସେମାନଙ୍କୁ ପଚାରିବା ରୁ ସରପଞ୍ଚ ଓ ଉପସ୍ଥିତ ସହଯୋଗୀ ମାନେ ଗାଳିଗୁଲଜ କରି ଆକ୍ରମଣ କରିବା ଧମକ ଦେଇଥିବା ନେଇ ସେଠାରୁ ଆସି ଗୁରୁବାର ସନ୍ଧ୍ୟା ରେ ସଦରଥାନା ରେ ଲିଖିତ ଅଭିଯୋଗ କରିଥିଲେ ୧ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ତାର କ୍ଷତି ହୋଇଥିବା ଏତଲା ରେ ଦର୍ଶାଇ ଏତଲା ଦେଇଛନ୍ତି l ଏହା ନେଇ ପୋଲିସ ପକ୍ଷ ରୁ ୧00/୨୧ ମାମଲା ରୁଜୁ କରାଯାଇଛି l



















