Friday, November 6, 2026
ADVERTISEMENT
Home ଆଞ୍ଚଳିକ କୋଦଳା ପ୍ରଶାସନର କରୋନାର ଦ୍ଵିତୀୟ ଲହର ପାଇଁ ଜନସଚେତନତା ରା଼ଲି

କୋଦଳା ପ୍ରଶାସନର କରୋନାର ଦ୍ଵିତୀୟ ଲହର ପାଇଁ ଜନସଚେତନତା ରା଼ଲି

362
ADVERTISEMENT

କୋଦଳା,୦୯/୦୪(ସୂର୍ଯ୍ୟନାରାୟଣ): କରୋନା ମହାମାରୀର ଦ୍ଵିତୀୟ ଲହର କାୟା ବିସ୍ତାର ଭୟଙ୍କର ପରିସ୍ଥିତି ଶୃଷ୍ଟି କରୁଥିବା ପରିପ୍ରେକ୍ଷୀରେ ଜନସାଧାରଣଙ୍କୁ ସଚେତନତା କରିବା ସକାଶେ କୋଦଳା ତହସିଲ, ଏନଏସି,ଥାନା ପକ୍ଷରୁ ତହସିଲଦାର ଅବନୀ କୁମାର ସାହୁଙ୍କ ନେତୃତ୍ୱ ରେ ଏନଏସି ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ, ଥାନା ଅଧିକାରୀ ଦେବାଶିଷ ମହାନ୍ତି, ଏସଆଇ ଆରତୀ ପରିଡା, ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, ବେଗୁନିଆପଡା ବ୍ଲକ ଶିକ୍ଷ୍ୟା ଅଧିକାରୀ କମଳା କାନ୍ତ ସାହୁ, ଏନଏସି କନିଷ୍ଠ ଯନ୍ତ୍ରୀ ଯତୀନ୍ଦ୍ର ମୋହନ ବେହେରା କୋଦଳା ଆରଆଇ ଶେଖର ସେଠୀ ଓ ସମସ୍ତ ବିଭାଗ କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ଡାକବାଜି ଯନ୍ତ୍ର ଦ୍ୱାରା ଜନସାଧାରଣଙ୍କୁ ବ୍ୟାପକ ସଚେତନତା କରିଥିଲେ । ବିଭିନ୍ନ ଛକ, ବଜାର ଓ ଜନଗହଳି ସ୍ଥାନ ମାନଙ୍କରେ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ବାରମ୍ବାର ସାବୁନ ଦ୍ୱାରା ହାତ ସଫା କରିବା, କରୋନାର ସାମାନ୍ୟ ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେବା, ଜନଗହଳି ନକରିବା ପ୍ରଭୃତି ବିଷୟରେ ସଚେତନତା କରାଇଥିଲେ। ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ପଞ୍ଚସୁତ୍ରୀ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଥିଲା।ଦୋକାନ ସମ୍ମୁଖରେ ପାଣିଡବା ରଖିବା ସହିତ ସାନିଟାଇଜର ରଖି ଧଳା ବଳୟ ଶୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ବାରମ୍ବାର ଜନସଚେତନତା କରିବା ସ୍ୱତ୍ୱେ ଯଦି କେହି ନିୟମ ଉଲଂଘନ କରନ୍ତି ତେବେ ଆଇନ ଅନୁଯାଇ କଠୋର ଦଣ୍ଡ ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି। ନିଜକୁ କରୋନା ସଂକ୍ରମଣରୁ ରକ୍ଷା ପାଇବା ସହ ଆର୍ଥିକ ଦଣ୍ଡରୁ ମୁକ୍ତି ପାଇବା ପାଇଁ ସମସ୍ତେ କରୋନା କଟକଣା ନିୟମ ମାନି ଚାଲିବା ପାଇଁ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା।ବୁଧବାର ପୋଲିସ ପ୍ରଶାସନ ପକ୍ଷ ରୁ ମଧ୍ୟ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ ।

Advertisement