Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଗୁରୁଣ୍ଠି ଶ୍ରୀରଙ୍ଗରାଜପୁର ଗ୍ରାମର ଦଣ୍ଡକାଳୀ କମିଟି ମଧ୍ୟରେ ଦକ୍ଷିଣା ଚୋରିକୁ ନେଇ ବୋମ ମାଡ

ଗୁରୁଣ୍ଠି ଶ୍ରୀରଙ୍ଗରାଜପୁର ଗ୍ରାମର ଦଣ୍ଡକାଳୀ କମିଟି ମଧ୍ୟରେ ଦକ୍ଷିଣା ଚୋରିକୁ ନେଇ ବୋମ ମାଡ

206
ADVERTISEMENT

ବ୍ରହ୍ମପୁର,୦୮/୦୪(ଇ.ରଞ୍ଜନ) : ବ୍ରହ୍ମପୁର ସଦରଥାନା ଅଧିନରେ ଗୁରୁଣ୍ଠି ପଞ୍ଚାୟତ ଅନ୍ତର୍ଗତ ଶ୍ରୀରଙ୍ଗରାଜପୁର ଗ୍ରାମରେ ଦଣ୍ଡଯାତ୍ରାର ଦକ୍ଷିଣା ଚୋରିକୁ କେନ୍ଦ୍ର କରି ବଚସା ସୃଷ୍ଟି ହୋଇଥିଲା ବୁଧବାର ରାତ୍ରରେ ବମ ପକାଇ ଥିଲେ l ଜଗଦଳପୁର ଗ୍ରାମରେ ଶ୍ରୀ ରଙ୍ଗରାଜପୁର(ନାଟକ କମା ଗାଁ)ଦଣ୍ଡକାଳୀ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ସନ୍ଧ୍ୟା ଆଳତି ସମୟ ରେ ସୁଧାଂଶୁ ପାଣିଗ୍ରାହୀ ଓରଫ ମଣ୍ଟୁପାଣିଗ୍ରାହୀ ମାଁ କାଳୀଙ୍କ ପାଟଭୁକ୍ତା ଜଣକ ଭକ୍ତଙ୍କ ଠାରୁ ଦକ୍ଷିଣା ସଂଗ୍ରହ କରି ରଖିଥିବା ବେଳେ ମଣ୍ଟୁ ସେଥିରୁ କିଛି ପଇସା ବାହାର କରିଥିବା ତ୍ରିଲୋଚନ ପାତ୍ର ଅଭିଯୋଗ କରିଥିଲେ l ମଣ୍ଟୁ ଟଙ୍କା ନେଉଥିବା ତ୍ରିଲୋଚନ ପାତ୍ର କମିଟି ସଦସ୍ୟା ହୋଇଥିବାରୁ ଟଙ୍କା ଚୋରି ନେଉଥିବା ଦେଖିବା ସହ୍ୟ କରି ନଥିଲେ ପାଟିତୁଣ୍ଡ ହୋଇ ସେମାନଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା ମଣ୍ଟୁ ଅସଭ୍ୟ ଭାଷା ପ୍ରୟୋଗ କରିଥିବା ସହ ତ୍ରିଲୋଚନଙ୍କ ଘରେ ବମ ପକାଇବା ପାଇଁ ଧମକ ଦେଇ ଗାଁ କୁ ଚାଲିଗଲେ ତ୍ରିଲୋଚନ ଜଗଦଳପୁର ଥିବା ଦୃଷ୍ଟିକୁ ନେଇ ରାତ୍ର ୧୧ଟାରେ ଗ୍ରାମରେ ପହଂଚି ଘରଲୋକଙ୍କୁ ଧମକଚମକ ଦେଇ ଘର ଉପରକୁ ବୋମା ପକାଇଥିବାରୁ ତାଙ୍କ ଘର ଲୋକେ ତ୍ରିଲୋଚନକୁ ଜଣାଇଥିଲେ ଥାନାରେ ଅଭିଯୋଗ କରିଥିବାରୁ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ l ମଧ୍ୟରାତ୍ରରେ ପୋଲିସ ମଣ୍ଟୁ ଧରି ଥାନା କୁନେଇ ପଚାରା ଉଚରା କରି ଛାଡିଥିଲା ପୋଲିସ l ଗୁରୁବାର ପୂର୍ବାହ୍ନରେ ତ୍ରିଲୋଚନ ପାତ୍ର ଥାନାରେ ଲିଖିତ ଅଭିଯୋଗ ଦେବାରୁ ମଣ୍ଟୁକୁ ପୋଲିସ ଗିରଫ କରି କେଶ ନଂ ୯୯/୨୧ ମାମଲା ରୁଜୁ କରିଥିଲେ l

Advertisement