Thursday, November 5, 2026
ADVERTISEMENT
Home ଆଞ୍ଚଳିକ କମ୍ୟୁନିଷ୍ଟ ପାର୍ଟି ତରଫରୁ ବିଦ୍ୟୁତ ଶୁଳ୍କ ପ୍ରତିହାର ନେଇ କୁକୁଡାଖଣ୍ଡି ବିଦ୍ୟୁତ ବିଭାଗ ସମୁଖରେ ଧାରଣା...

କମ୍ୟୁନିଷ୍ଟ ପାର୍ଟି ତରଫରୁ ବିଦ୍ୟୁତ ଶୁଳ୍କ ପ୍ରତିହାର ନେଇ କୁକୁଡାଖଣ୍ଡି ବିଦ୍ୟୁତ ବିଭାଗ ସମୁଖରେ ଧାରଣା ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

305
ADVERTISEMENT

କୁକୁଡାଖଣ୍ଡି,୦୮/୦୪(ଇ.ରଞ୍ଜନ) : କୁକୁଡାଖଣ୍ଡି ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାକ୍ସବାଦୀ) କୁକୁଡାଖଣ୍ଡି ଆଞ୍ଚଳିକ ଦଳ କମିଟି ଏବଂ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ନେଇ କୁକୁଡାଖଣ୍ଡି ବିଦ୍ୟୁତ ବିଭାଗ ସମ୍ମୁଖରେ ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧି ବିଲକୁ ପ୍ରତ୍ୟାହାର କରିବା ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଏକ ଦାବିପତ୍ର କୁକୁଡାଖଣ୍ଡି ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କ ଜରିଆରେ ପ୍ରଦାନ କରାଯାଇଛି l ଉଲ୍ଲେଖ ରହିଛି ସାଉଥକୋ ସଂସ୍ଥା କୁ ଶାଗ ମାଛ ଦରରେ ସରକାର ଟାଟା କମ୍ପାନୀ ହାତରେ ବିକ୍ରି ବା ହସ୍ତାନ୍ତର କରିଦିଆଗଲା l ଏବଂ ସରକାରଙ୍କ ସମର୍ଥନରେ ଦୁଇ ଦୁଇ ଥର ଗରିବ ରାଜ୍ୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧି କରିଦେବା ଏହି ନିଷ୍ପତି ସରକାରଙ୍କ ଅଶୋଭନିୟ କାର୍ଯ୍ୟ l ବିଦ୍ୟୁତ ବିଲ ବୃଦ୍ଧି ପାଇବା ଯୋଗୁଁ ଏଥିରେ ବିଦ୍ୟୁତ ଉପଭକ୍ତlମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେବେ l ତେଣୁ ଏହି ନିଷ୍ପତିକୁ କାର୍ଯ୍ୟକାରୀ କରିବା ପୂର୍ବରୁ ପ୍ରତିହାର କରିବା ପାଇଁ ଦାବି କରିଛନ୍ତି l ମହାମାରୀ ସମୟରେ କେନ୍ଦ୍ର ଆଣିଥିବା ବିଦ୍ୟୁତ ସଂସଧନ ଆଇନକୁ ମୁଖ୍ୟମନ୍ତ୍ରୀ ଲୋକଙ୍କ ଆର୍ଥିକ ବୋଝ କୁ ଦୃଷ୍ଟିକୁ ନେଇ ପ୍ରତିହାର ବା ଆଇନକୁ ବାତିଲ କରିବା ପାଇଁ ଦାବି କରିଛନ୍ତି l ଏଥିରେ ଆଞ୍ଚଳିକ ନେତା ବିଦ୍ୟାଧର ଜେନା,କରାମଣି ଗୌଡ଼, ଯୁଧିଷ୍ଠିର ବେହେରା, ମଙ୍ଗଳା ଡାକୁଆ, ବିପିନି ନାୟକ, ଅଜିତ ପାଣିଗ୍ରାହୀ, କୃଷ୍ଣ ସାହୁ ସମେତ ଅନେକ ଉପଭକ୍ତା ଓ ସି.ପି.ଏମ କର୍ମୀ ଯୋଗ ଦେଇ ଦାବିପତ୍ର ଯନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ l

Advertisement