Thursday, September 3, 2026
ADVERTISEMENT
Home ମୁଖ୍ୟ ଖବର ବିନା ଭକ୍ତରେ ହେବ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ବିନା ଭକ୍ତରେ ହେବ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

262
ADVERTISEMENT

ଭୁବନେଶ୍ୱର,୦୮/୦୪(ଡ଼ି.ଏଚ/ବ୍ୟୁରୋ): ବିନା ଭକ୍ତରେ ହେବ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଲକ୍ଷ ଲକ୍ଷ ଭକ୍ତ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ରଥାରୂଢ଼ ଶ୍ରୀଲିଙ୍ଗରାଜଙ୍କୁ ଆଖି ପୂରାଇ ଦେଖିବା ପାଇଁ। ହେଲେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭକ୍ତଙ୍କ ପ୍ରବେଶକୁ ଅନୁମତି ମିଳିନାହିଁ । ଏବର୍ଷ ବି ରୁକୁଣା ରଥ ଟାଣିପାରିବେନି ଶ୍ରଦ୍ଧାଳୁ । ସଂକ୍ରମଣ ବଢ଼ୁଥିବା ବେଳେ ପରମ୍ପରା ରକ୍ଷା କରି କିପରି ଯାତ୍ରା ହୋଇ ପାରିବ ସେ ନେଇ ଅନୁରୋଧ କରାଯାଇଥିଲା । ନିଷ୍ପତ୍ତି ଅନୁସାରେ ଅଳ୍ପ ସଂଖ୍ୟକ ସେବାୟତ ରଥ ଉପରେ ରହିବେ । କମରୁ କମ ସଂଖ୍ୟକ ଲୋକେ ରୁକୁଣା ରଥ ଟାଣିବେ ସେ ନେଇ ଆଲୋଚନା ହୋଇଛି । କେବଳ ପୋଲିସ ଓ ସେବାୟତ ହିଁ ରଥ ଟାଣିପାରିବେ । ତେବେ ବାହାରୁ ଛିଡ଼ା ହୋଇ ଭକ୍ତମାନେ ରୁକୁଣା ରଥଟଣାର ଦୃଶ୍ୟ ଉପଭୋଗ କରିପାରିବେ । କିନ୍ତୁ ରଥ କଡ଼ର୍ନ ଭିତରକୁ ଭକ୍ତଙ୍କ ପ୍ରବେଶ ନିସେଦ୍ଧ କରାଯିବ । ବିଏମସି କମିଶନର ପ୍ରେମଚନ୍ଦ୍ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ତେବେ ଏନେଇ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ । ଆଜି ବିଡିଏ କାର୍ଯ୍ୟାଳୟରେ ବସିଥିବା ବୈଠକରେ ୪ ନିଯୋଗ, ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ସହ ଆଲୋଚନା କରିଛନ୍ତି ବିଏମସି କମିଶନର । ଆସନ୍ତା ୨୦ରେ ମହାପ୍ରଭୁଙ୍କ ରଥ ଯାତ୍ରା ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ଭୋର୍‌ ୫ଟାରେ ମଙ୍ଗଳ ଆଳତି ଓ ଅବକାଶ କରାଯିବା ପରେ ସାଢ଼େ ୫ଟାରେ ସାହାଣମେଲା ଦର୍ଶନ କରାଯିବ। ମଧ୍ୟାହ୍ନ ସାଢ଼େ ୧୨ଟାରୁ ୨ଟା ମଧ୍ୟରେ ଠାକୁରଙ୍କ ପହଣ୍ଡି କରାଯିବ ଏବଂ ୪ଟାରେ ଆରମ୍ଭ ହେବ ରଥ ଟଣା । ସନ୍ଧ୍ୟା ସାଢେ ୭ଟାରେ ଶ୍ରୀଜୀଉ ରାମେଶ୍ୱର ମନ୍ଦିରରେ ବିଜେ କରିବା ପରେ ସେଠାରେ ଅନ୍ୟାନ୍ୟ ନୀତି କରାଯିବ। ସେହିପରି୨୪ ତାରିଖରେ ଶ୍ରୀଜୀଉଙ୍କ ବାହୁଡା ଯାତ୍ରରେ ଅପରାହ୍ନ ସାଢେ ଗୋଟାଏ ମଧ୍ୟରେ ଅଧରପଣା ଭୋଗ କରାଯିବ ଏବଂ ଶ୍ରୀଜୀଉଙ୍କ ପହଣ୍ଡି ନୀତି ଅପରାହ୍ନ ୩ଟାରେ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି । ଗତ ବର୍ଷ ରଥ ର୍ନିମାଣ ହୋଇଥିଲେ ସୁଦ୍ଧା ଶେଷ ମୁହୂର୍ତ୍ତରେ କରୋନା ପାଇଁ ଯାତ୍ରାକୁ ବନ୍ଦ କରାଯାଇଥିଲା । ଗତବର୍ଷ ସରକାରଙ୍କ କୋଭିଡ୍-୧୯ ସଂପର୍କିତ ବିଜ୍ଞପ୍ତିରେ ୫ ଜଣରୁ ଅଧିକ ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ଏକାଠି ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ ।

Advertisement