ଆଜିଠୁ ନୋଏଡାରେ ନାଇଟ କର୍ଫ୍ୟୁ ଲାଗୁ

301
ADVERTISEMENT

ନୂଆଦିଲ୍ଲୀ,୦୮/୦୪(ଡ଼ି.ଏଚ/ବ୍ୟୁରୋ): ଦେଶରେ ବେକାଉ ହେଲାଣି କରୋନା। ଲଗାତାର ବଢିବାରେ ଲାଗିଛି ସଂକ୍ରମଣ। ଆଉ ଏହାକୁ ନଜରରେ ରଖି ବିଭିନ୍ନ ରାଜ୍ୟ ଲକଡାଉନ ଓ ସଟଡାଉନ ଆରମ୍ଭ ବି କଲେଣି। ଆଉ ଏହାରି ମଧ୍ୟରେ ନୋଏଡାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ସଂକ୍ରମଣ ବଢୁଥିବାରୁ ଆଜିଠାରୁ ଏପ୍ରିଲ ୧୭ ପର୍ଯ୍ୟନ୍ତ ନୋଏଡାରେ ନାଇଟ କର୍ଫ୍ୟୁ ଲାଗୁ କରାଯିବ ବୋଲି ଜଣାପଡିଛି । ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ କରାଯିବ ବୋଲି ଜଣାପଡ଼ିଛି। ତେବେ ନୋଏଡା ସମେତ ମହାରାଷ୍ଟ୍ରରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ମହାରାଷ୍ଟ୍ରରେ ଲକଡାଉନ ସହ ମଧ୍ୟପ୍ରଦେଶରେ ମଧ୍ୟ ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ସମସ୍ତ ସହରାଞ୍ଚଳରେ ଲକ୍‌ଡାଉନ୍‌ ଜାରି ହେବ ବୋଲି ଜଣାପଡ଼ିଛି। ଗୋଟିଏ ପଟେ ସଂକ୍ରମଣ କ୍ରମାଗତ ଭାବରେ ବଢିଚାଲିଛି। ଆଜି ଦେଶରେ ରେକର୍ଡ ସ୍ତରରେ କରୋନା ସଂକ୍ରମଣ ରହିଛି। ଦେଶରେ ପୁଣି ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୨୬ ହଜାର ୭୮୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ମହାମାରୀ ୬୮୫ ଜଣଙ୍କର ଜୀବନ ନେଇଛି । ଗତ ୨୪ ଘଣ୍ଟାରେ ହୋଇଥିବା ୬୩୦ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୬୬,୮୬୨ରେ ପହଞ୍ଚିଛି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୯ ଲକ୍ଷ ୨୮ ହଜାର ପାର କରିଥିବା ବେଳେ ଆଜି ସୁଦ୍ଧା ଭାଇରସକୁ ମାତ ଦେଇ ୧କୋଟି ୧୮ ଲକ୍ଷରୁ ଅଧିକ ସୁସ୍ଥ ହେଲେଣି। ଆଉ ଏହାରି ମଧ୍ୟରେ କରୋନା ଚେନକୁ ଭାଙ୍ଗିବା ଲାଗି ସରକାର ମଧ୍ୟ ଅନେକ ପଦକ୍ଷେପ ନେଉଛନ୍ତି। ଆଉ ଏହାରି ମଧ୍ୟରେ ମାସ୍କକୁ ନେଇ ଦିଲ୍ଲୀ ହାଇକୋର୍ଟ ବି ଶୁଣାଣି କରିଛନ୍ତି।ସମ୍ପ୍ରତି କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା ନିର୍ବାଚନ ପ୍ରଚାର ଅଭିଯାନରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଲାଗି ‘ମାସ୍କ୍‌’ ପିନ୍ଧିବା ବାଧ୍ୟତାମୂଳକ କରାଯାଉନାହିଁ କାହିଁକି ବୋଲି ଏକ ପିଟିସନ୍‌କୁ ଆଧାର କରି ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାର ଓ ନିର୍ବାଚନ କମିସନ୍‌ଙ୍କୁ ପଚାରିଛନ୍ତି।ମୁଖ୍ୟ ବିଚାରପତି ଡିଏନ୍‌ ପଟେଲ୍‌ ଏବଂ ବିଚାରପତି ଯଶମୀତ ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର ଓ ନିର୍ବାଚନ କମିସନ୍‌ଙ୍କୁ ନୋଟିସ୍‌ ଜାରି କରି ଜବାବ ତଲବ କରିଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ କାଉନ୍‌ସେଲ୍‌ ଅନୁରାଗ ଆହଲୁଓ୍ଵାଲିଆ ଏହି ନୋଟିସ୍‌ ଗ୍ରହଣ କରିଛନ୍ତି।ତେବେ ଏହାର ପରବର୍ତ୍ତୀ ଶୁଣାଣି ହେବ ଏପ୍ରିଲ୍‌ ୩୦ ତାରିଖ ଦିନ ହେବ ବୋଲି ସୂଚନା ମିଳିଛି।

Advertisement