ତୁମୁଡିବନ୍ଧ ବ୍ଳକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପାଣି ଘେରରେ

250
ADVERTISEMENT

କନ୍ଧମାଳ,୦୮/୦୮(ଏଜେନସି ) : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପାଣି ଘେରରେ ଚିକିତ୍ସାଳୟ ଓ ଆଖପାଖ ଆଣ୍ଠେ ପାଣି ତେଣୁ ରୋଗୀ ହନ୍ତ ସନ୍ତ ଔଷଧ ଆଣିଯିବା ପାଇଁ ନାହିଁ ନଥିବା ହଇରାଣ ହୋଇଥିବା ଦେଖିବାକୁ ମିଳିଛି । ଚିକିତ୍ସାଳୟରେ ଭିତରେ ପାଣି ଥିବା ହେତୁ ଚିକିତ୍ସା କରିବାକୁ ଆସିଥିବା ରୋଗୀଙ୍କ ଅସୁବିଧା ଦେଖିବାକୁ ମିଳିଛି।
ଡାକ୍ତର ଶୁଶାନ୍ତ କୁମାର ପାତ୍ରଙ୍କ ମତ ଅଳ୍ପ ବର୍ଷାରେ ମଧ୍ୟ ମେଡିକାଲରୁ ପାଣୀ ନିଷ୍କାସନ ହୋଇପାରୁନି । ମେଡିକାଲ ଭିତରେ ପାଣି ପସିଯାଉଛି, ଯାହାଫଳରେ ପ୍ରସବ ମହିଳା, ରୋଗୀ,ଶିଶୁଙ୍କ ଚିକିତ୍ସା ପାଇଁ ବହୁ ହଇରାଣ ହେବାକୁ ପଡୁଛି । ଏହାର ସ୍ଥାଇ ସମାଧାନ ପାଇଁ ଜନମାନସରେ ଦାବି ହେଉଅଛି ।

Advertisement