Monday, September 7, 2026
ADVERTISEMENT
Home ମୁଖ୍ୟ ଖବର ସ୍ୱାସ୍ଥ୍ୟମନ୍ତ୍ରୀ: ଓଡ଼ିଶାରେ କଡ଼ାକଡ଼ି ପାଳନ ହେବ କଟଗଣା ଓ ନାଇଟ୍‌ କର୍ଫ୍ୟୁ

ସ୍ୱାସ୍ଥ୍ୟମନ୍ତ୍ରୀ: ଓଡ଼ିଶାରେ କଡ଼ାକଡ଼ି ପାଳନ ହେବ କଟଗଣା ଓ ନାଇଟ୍‌ କର୍ଫ୍ୟୁ

337
ADVERTISEMENT

ଭୁବନେଶ୍ୱର,୦୭/୦୪(ଡ଼ି.ଏଚ/ବ୍ୟୁରୋ): ରାଜ୍ୟରେ ଆହୁରି କଡ଼ାକଡ଼ି ହେବ ନାଇଟ୍‌ କର୍ଫ୍ୟୁ। କରୋନା ସଂକ୍ରମଣ ରୋକିବାକୁ ଏଭଳି ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। ୧୦ ଜିଲ୍ଲାରେ ରାତି ୧୦ରୁ ସକାଳ ୫ଟା ଯାଏ ନାଇଟ୍‌ କର୍ଫ୍ୟୁ କଡ଼ାକଡ଼ି କରାଯାଇଛି। ସୀମାବର୍ତ୍ତୀ ଜିଲ୍ଲାର ଯେଉଁ ଲୋକ ପଡୋଶୀ ଛତିଶଗଡ଼ରୁ ଆସୁଛନ୍ତି, ସେମାନଙ୍କୁ ଅନୁଧ୍ୟାନ କରାଯାଉଛି। ଏହାସହ ଜିଲ୍ଲାପାଳ ଓ ପୋଲିସକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ରାତିରେ କ୍ଲବ୍‌ ଓ ପାର୍ଟିରେ ଯେଉଁ ଗହଳି ହୋଇଥାଏ ତାକୁ ରୋକିବା ପାଇଁ ନାଇଟ୍‌ କର୍ଫ୍ୟୁର ଆବଶ୍ୟକତା ରହିଛି ବୋଲି ଡିଏମ୍ଇଟି କହିଛନ୍ତି। ପଶ୍ଚିମ ଓଡ଼ିଶାର ୭ଟି ଓ ଦକ୍ଷିଣ ଓଡ଼ିଶାର ୩ଟି ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଗତକାଲି ମୁଖ୍ୟମନ୍ତ୍ରୀ ସ୍ଥିତି ସମୀକ୍ଷା କରିଥିଲେ। ଆଜି ଉନ୍ନୟନ କମିଶନର ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଯାଇଛନ୍ତି। ରାଜ୍ୟରେ କରୋନା ପରିସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ତୀକ୍ଷ୍ଣ ନଜର ରଖିଛନ୍ତି। ସୀମାବର୍ତ୍ତି ଅଞ୍ଚଳରେ ନାଇଟ୍‌ କର୍ଫ୍ୟୁକୁ କଡ଼ାକଡ଼ି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।କରୋନା ମୁକାବିଲା ପାଇଁ ଔଷଧ, ବେଡ୍‌, ଅକ୍ସିଜେନ ସବୁ ମହଜୁଦ ରଖାଯାଇଛି। ଯଦି ସଚେତନ ନ ହେବା, ତା’ହେଲେ ସ୍ଥିତି ଭୟଙ୍କର ହେବ। ସେହିପରି ରାଜ୍ୟରେ ଟିକାର ଅଭାବ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଏବେ ଯେତିକି କୋଭିସିଲଡ୍ ଟିକା ଅଛି, ତାହା ୨ରୁ ୩ ଦିନ ଯିବ। ଅଧିକ ଟିକା ଯୋଗାଇ ଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖାଯାଇଛି।

Advertisement