Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଆନ୍ଦୋଳନ ପରେ ଜଗଦଳପୁର ଅଞ୍ଚଳ ଲୋକେ ଖୁସି,ଜାନିବିଲି ପାଣି ଶୋଷମେଣ୍ଟାଇବା ପାଇଁ ରାସ୍ତା ଫିଟିଲା

ଆନ୍ଦୋଳନ ପରେ ଜଗଦଳପୁର ଅଞ୍ଚଳ ଲୋକେ ଖୁସି,ଜାନିବିଲି ପାଣି ଶୋଷମେଣ୍ଟାଇବା ପାଇଁ ରାସ୍ତା ଫିଟିଲା

426
ADVERTISEMENT

କୁକୁଡାଖଣ୍ଡି,୬/୪(ଇ. ରଞ୍ଜନ): କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁରରେ ଦୀର୍ଘଦିନର ପାଣି ସମସ୍ୟା ରହିଥିବା ବେଳେ ବାରମ୍ବାର ପାଣି ଅଭିଯୋଗ ହୋଇଆସୁଥିଲା ଏହି ସମସ୍ୟାର ସମାଧାନ କରିବାରେ ବିଳମ୍ବ ହୋଇ ରହିଥିବା ଯୋଗୁଁ ଜାନିବିଲି ପାଣି ପାଇଁ ଯୁବ ପିଢ଼ିଙ୍କ ଆହ୍ୱାନରେ ଶତାଧିକ ମହିଳା ମାନଙ୍କ ହାଣ୍ଡି ଯାତ୍ରା ଗ୍ରାମ ମୁଖରାସ୍ତା ପାର୍ଶ୍ୱ ରେ ରାସ୍ତାରୋକ ସହ ଟାୟାର ଜାଳି ପ୍ରତିବାଦ କରିଥିବା ବେଳେ ପ୍ରଶାସନ ଦୌଡ଼ି ଆସି ପାଣି ଯୋଗାଇ ଦେବା ମୌଖିକ ଏବଂ ଲିଖିତ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ଓହରିଥିଲା l ଆଜି ପ୍ରତିଶୃତି ପୂରଣ କରିବାକୁ ନେଇ ଲୋକେ ଖୁସୀଜାହିର କରିଛନ୍ତି ପୂର୍ବ ରୁ ଏଲ.ଏନ.ଟି ଠିକା କମ୍ପାନୀ ଯେଉଁ ଅଞ୍ଚଳ ରେ ଖନନ କରି ପାଇପ ବିଛାଇଥିଲା ସେହି ଅଞ୍ଚଳକୁ ପାଣି ଯୋଗାଇନଥିଲା l

ଧାରଣା ପରେ ସେହି ଅଞ୍ଚଳରେ ତାହାକୁ ପୁନର୍ବାର ଖନନ କରି ବଡ଼ ପାଇପକୁ ଗର୍ତ୍ତ କରି ସେଥିରେ ଜଗଦଳପୁର ଅଞ୍ଚଳ ପାଇଁ ନୂତନ ପାଇପ ଜଡିତ କରି ଭଣ୍ଡାରୀ ସାହି ସ୍ଥିତ ବସୁଧା ଯୋଜନାର ପାଣି ଟାଙ୍କିକୁ ଯୋଗାଇ କାର୍ଯ୍ୟକାରୀ କରିଥିଲା l ପାଣି କିଛି ବର୍ଷ ପାଇଁ ଅସୁବିଧା ନଥିବା ଗ୍ରାମୀଣ ଜଳ ଯୋଗାଣ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ କିଶୋର ଚନ୍ଦ୍ର ବେହେରା କହିଛନ୍ତି ଏବଂ ସ୍ଥାୟୀ ଭାବେ ଏକ ପାଣି ଟ୍ୟାଙ୍କ ଆସନ୍ତା ଦିନମାନଙ୍କ ରେ ୧କୋଟି ୪୩ଲକ୍ଷ ୩୪ହଜାର ଟଙ୍କାରେ ନୂତନ ନିର୍ମାଣ ମଞ୍ଜୁରୀ ପ୍ରଶାସନ ଓ ଠିକାଦାର ସହ ଚୁକ୍ତି ହୋଇଥିବା କାର୍ଯ୍ୟ ପାଇଁ ଦିନ ଧାର୍ଯ୍ୟ ଚାଲିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳୁଛି l

Advertisement