Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଟ୍ରକ ଚକାତଳେ ଚାପି ହୋଇ ନାବାଳକ ମୃତ, ରାସ୍ତାରୋକ

ଟ୍ରକ ଚକାତଳେ ଚାପି ହୋଇ ନାବାଳକ ମୃତ, ରାସ୍ତାରୋକ

240
ADVERTISEMENT

ବ୍ରହ୍ମପୁର,୫/୪,(ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନ.ଏ.ଏସିର କୁମାରୀ ଗ୍ରାମରେ ରାସ୍ତା ପାର ହୋଉଥିବା ବେଳେ ଟ୍ରକ ଧକ୍କା ରେ ଜଣେ ନାବାଳକର ରବିବାର ପୂର୍ବହ୍ନରେ ମୃତ୍ୟୁ ହୋଇଛି । ମୃତ ଜଣକ ଗୋପାଳ ପାଣିଗ୍ରାହୀ(୫) । ଆଛୁଲି ପଟୁ ଦ୍ରୁତ ଗତିରେ ଆସୁଥିବା ଟ୍ରକର ଚକାତଳେ ଚାପି ହୋଇ ଗୋପାଳ ଘଟଣା ସ୍ଥଳରେ ହିଁ ପ୍ରାଣବାୟୁ ଉଡିଯାଇଥିଲା । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଗ୍ରାମବାସୀ ପ୍ରବଳ ଖରାରେ ୩ଘଣ୍ଟ କାଳ ଆସ୍କା-ହୁମ୍ମା ରାସ୍ତା ଅବରୋଧ କରିଥିଲେ ।ପରିସ୍ଥିତି ଅଣାଆୟତ ହେବାରୁ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ନିଜ ଜିଦ୍ ରେ ଅଟଳରହି ଥିଲେ । ପରେ ଗ୍ରାମର କିଛି ଭଦ୍ରବ୍ୟକ୍ତି ଓ ଟ୍ରକ ମାଲିକ ମଧ୍ୟରେ ଆଲୋଚନା ହୋଇଥିଲା।ଶେଷରେ ୨ଲକ୍ଷ ଟଙ୍କା ର ସହାୟତା ପ୍ରଦାନ କରିବାର ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ପ୍ରତ୍ୟାହାର କରିଥିଲେ । ଘଟଣା ସ୍ଥଳରେ ତହସିଲଦାର ନିତିଶ କୁମାର ତ୍ରିପାଠୀ, ଅତିରିକ୍ତ ତହସିଲଦାର ସୁନୀଲ କୁମାର ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ।

Advertisement