ବ୍ରହ୍ମପୁର,୦୫/୦୪(ଋଷିକେଶ ବେହେରା): ବ୍ରହ୍ମପୁର ଗତକାଲି ତା ୦୪/୦୪ ରିଖ, ରବିବାର ଦିନ ସମୟ ସକାଳ ୧0ଘଣ୍ଟା ବେଳେ ଡଃ ପ୍ରକାଶ ଚନ୍ଦ୍ର ଦାଶ ଙ୍କ ସଭାପତିତ୍ବରେ ସଭାକାର୍ଯ୍ଯ ଅନୁଷ୍ଠିତ ହୋଇସାରିଛି ।ଅନୁଷ୍ଠାନ ର ପ୍ରତିଷ୍ଠାତା ବରିଷ୍ଠ ଆଇନଜୀବୀ ଡାକ୍ତର ପ୍ରଦୀପ୍ତ ଚନ୍ଦ୍ର ସିଂହ ପ୍ରଦୀପ ପ୍ରଜ୍ବଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ସାହିତ୍ୟ ସୁମିତ୍ର ର ସମ୍ପାଦକ କବି ମିହିର ରଞ୍ଜନ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ କବି ପ୍ରମୋଦ କୁମାର ପଣ୍ଡା, ପ୍ରଫୁଲ୍ଲ କୁମାର ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଜଳ ବିଜ୍ଞାନୀ କବି ସୂଚେତା ପାଣିଗ୍ରାହୀ ଯୋଗଦାନ କରିବା ସହ ଶିଶୁ ମନରେ ସାହିତ୍ୟ ର ବୀଜ ରୋପଣ ସମ୍ପର୍କରେ ଆଲୋଚନା କରିଥିଲେ ।ଦ୍ୱିତୀୟ ଅଧିବେଶନ ଅନୁଷ୍ଠାନ ର ଉପ ସଭାପତି କବି ଭାସ୍କର ରାଉତ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ କବୀ ଜ୍ଯୋସ୍ନା ସ୍ବାଇଁ, ସମ୍ମାନିତ ଅତିଥି ଭାବେ କବି କାଳନ୍ଦୀ ଚରଣ ନାୟକ, ଭଗବାନ ପାତ୍ର ଯୋଗ ଦେବା ସହ କବିତା ଗୁଡିକ କବୀ ବନ୍ଦନା ମିଶ୍ର ଏବଂ କବି ପଦ୍ମିନୀ ମିଶ୍ର ସଂଯୋଜନା କରିଥିଲେ ଏହି ଆସର ରେ କବି ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସୁଧିର କୁମାର ପଣ୍ଡା, ସତ୍ଯମ୍ ଆଚାରୀ,ତିରୁମୂଲା ଆଚାରୀ,ପ୍ରକାଶ ଆଚାରୀ,ମନୋଜ କୁମାର ପଟ୍ଟନାୟକ,ସ୍ବର୍ଣ୍ଣ ମୟୀ ପାଢୀ,ଅମିତା ଦାଶ,ଝିଲିକ୍ ସାହୁ,କାର୍ତ୍ତିକ ପାଣିଗ୍ରାହୀ, ସୁଦର୍ଶନ ଦାଶ,ସଂଯୁକ୍ତା ଦାଶ,ଚନ୍ଦ୍ର ଶେଖର ମହାପାତ୍ର, ବୃନ୍ଦାବନ ସାହୁ ଙ୍କ ସମେତ ଚାଳିଶି ରୁ ଉର୍ଦ୍ଧ କବି ଯୋଗ ଦେଇ ସ୍ବ ରଚିତ କବିତା ପାଠ କରିଥିଲେ । ଓଡିଶାର ପ୍ରତିଷ୍ଠିତ ଆଧ୍ୟାତ୍ମିକ ପତ୍ରିକା “ବଂଶୀବଟ”ଉନ୍ମୋଚନ ହୋଇଥିଲା ।ଅନୁଷ୍ଠାନ ର ସମ୍ପାଦିକା ସୁଜାତା ଶତପଥୀ ଉଭୟ ଅଧିବେଶନକୁ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।


















