Tuesday, September 8, 2026
ADVERTISEMENT
Home ମୁଖ୍ୟ ଖବର ରାଜ୍ୟରେ ଗତ୨୪ ଘଣ୍ଟାରେ ୫୭୩ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ ଗତ୨୪ ଘଣ୍ଟାରେ ୫୭୩ କରୋନା ପଜିଟିଭ୍ ଚିହ୍ନଟ

466
ADVERTISEMENT

ଭୁବନେଶ୍ୱର,୦୫/୦୪(ଡ଼ି.ଏଚ/ବ୍ୟୁରୋ): ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ କିଛି ଦିନ ହେବ କରୋନା ସଂକ୍ରମଣ ୫୦୦ ପାଖାପାଖି ରହୁଥିବା ବେଳେ ଆଜି ବେଳେ ରାଜ୍ୟରେ ବି ୫୦୦ ଡେଇଁଛି ଦୈନିକ ପଜିଟିଭ ସଂଖ୍ୟା। ଏମାନଙ୍କ ମଧ୍ୟରୁ ୩୩୭ ଜଣ କ୍ଵାରାଣ୍ଟିନରେ ଥିବାବେଳେ ୨୩୬ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି ।ମିଳିଥିବା ସୂଚନା ମୁତାବକ ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବରଗଡ଼ରୁ ୪୩, ଅନୁଗୁଳରୁ ୩୨, ଭଦ୍ରକରୁ ୩, କଟକରୁ ୨୮, କଳାହାଣ୍ଡିରୁ ୨୪, ବଲାଙ୍ଗୀରରୁ ୨୦ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଗଜପତିରେ ୩ ଜଣ, ଗଞ୍ଜାମରେ ୮ଜଣ, ବୌଦ୍ଧ ଓ ଦେବଗଡ଼ରୁ ଜଣେ ଲେଖାଏଁ, ଯାଜପୁରରେ ୧୩ ଜଣ, ଜଗତସିଂହପୁରରେ ୪ଜଣ, ଝାରସୁଗୁଡାରେ ୩୯ ଜଣ, କନ୍ଧମାଳରେ ୧, କେନ୍ଦ୍ରାପଡାରେ ଜଣେ, କେଉଁଝରରେ ୮ଜଣ, କୋରାପୁଟରେ ୩ ଜଣ, ମୟୁରଭଞ୍ଜରେ ୧୩ ଜଣ, ନବରଙ୍ଗପୁରରେ ୩ ଜଣ, ନୟାଗଡ଼ରେ ୧, ନୂଆପଡ଼ାରେ ୬୦ ଜଣ, ପୁରୀରେ ୧୬ ଜଣ, ରାୟଗଡ଼ାରୁ ୧୬, ବାଲେଶ୍ୱରରୁ ୧୧, ସମ୍ବଲପୁରରେ ୨୧ ଜଣ, ସୋନପୁରରେ ୨ ଜଣ, ସୁନ୍ଦରଗଡ଼ରେ ୮୦ ଜଣ, ଷ୍ଟେଟ ପୁଲରେ ୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୩, ୪୩,୨୬୮। ଏବେ ବି ୩୩୫୮ଜଣ ସକ୍ରିୟ ଅଛନ୍ତି।

Advertisement