Friday, November 6, 2026
ADVERTISEMENT
Home ଆଞ୍ଚଳିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

550
ADVERTISEMENT

କୁକୁଡ଼ାଖଣ୍ଡି,୦୪/୦୪(ଇ.ରଞ୍ଜନ): କୁକୁଡ଼ାଖଣ୍ଡି,ସ୍ଥାନୀୟ ବ୍ଲକ ଅନ୍ତର୍ଗତ ହୁଗୁଳାପଟ୍ଟା ଗ୍ରାମ ପଞ୍ଚାୟତ ଅଧିନରେ ଥିବା ମାର୍ଥାପଲ୍ଲୀ ଗ୍ରାମରେ ଶ୍ରୀରାଧାକୃଷ୍ଣ ଖେଳ ପଡ଼ିଆରେ ଠାରେ ଶନିବାର ଅପରାହ୍ନ ୫ଟା ସମୟରେ ଏହି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆଜି ଫାଇନାଲ ମ୍ୟାଚ ଲକ୍ଷ୍ମୀପୁର ଓ ଆର୍ ଚଣ୍ତିପଦର ମଧ୍ୟରେ ଏହି ମ୍ୟାଚ୍ ୧୨ ଓଭୋର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ଚଣ୍ତିପଦର ଟିମ୍ ଚାମ୍ପିଆନ ହୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟକୁ ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚୌଉ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ହୁଗୁଳାପଟ୍ଟ ସରପଞ୍ଚ ପ୍ରଦୀପ କୁମାର ମଲଣା ସମ୍ମାନିତ ଅତିଥିଭାବେ ଯୋଗଦେଇ ଖେଳମାନଙ୍କୁ ନିଜ ନିଜ ଭିତରେ ଭାଇଚାରା ସୃଷ୍ଟି କରି ଶାନ୍ତିପୂର୍ଣ୍ଣ ଭାବରେ ଖେଳିଥିବାରୁ ଖେଳାଳି ମାନଙ୍କ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷ ଦିନ ଖେଳରେ ଉପସ୍ଥିତ ଅତିଥି ମାନେ ଖେଳାଳି ମାନଙ୍କୁ ଉତ୍ସାହିତ କରି ଖେଳକୁ ଉପଭୋଗ ମଧ୍ୟ କରିଥିଲେ। ଫାଇନାଲରେ ଲକ୍ଷ୍ମୀପୁରକୁ ଆର୍.ଚଣ୍ତିପଦର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ଆର୍ ଚଣ୍ତିପଦର ବିଜୟ ଲାଭ କରିଥିଲେ । ଏଥିରେ ଲକ୍ଷ୍ମୀପୁର ଟିମକୁ ୮ ୟୁକେଟ ୫୯ ରନ୍ ୭ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ସେହିପରି ଚଣ୍ତିପଦର ଟିମର ୫ୟୁକେଟ ୮୯ରନରେ କରିଥିଲା ଏହି ଟିମକୁ ୧୦ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜ ସେବକ ଭାବେ ଏମ ପଶୁରାମ, ନବୀନ ସ୍ବାଇଁ, ସୁଦାମ ସ୍ୱାଇଁ, ବିନୋଦ, ବାୟା, ମୁନାବରଡ, ରବି,ରୁଲୁ ସେଠୀ, ଘନ ଦାସ, ଏମ୍ .ରବି, ଜି .ସନ୍ତୋଷ, ଏ.ଜୟନ୍ତ,କେ.ଗୋପାଳ,ଜି.ଗୋପାଳ,ବି.ରମାକାନ୍ତ,ପି.କୃଷ୍ଣଙ୍କ ସମେତ ବହୁ ଗ୍ରାମବାସୀ ସହଯୋଗ କରି ଉପସ୍ଥିତ ରହି ମ୍ୟାଚକୁ ପରିଚାଳନା କରିଥିଲେ।

Advertisement