ବ୍ରହ୍ମପୁର,୦୩/୦୪(ଡ଼ି.ଏଚ/ବ୍ୟୁରୋ): ଦଣ୍ଡ ନାଚ ନେଇ କଟକଣା ଜାରି କଲେ ଗଞ୍ଜାମ ଜିଲ୍ଲାପାଳ। ଦଣ୍ଡ ନାଚରେ କେବଳ ୨୫ ଜଣଙ୍କୁ ଅନୁମତି ମିଳିବ। ରାତିରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ମନା କରିଛି ଜିଲ୍ଲା ପ୍ରଶାସନ। ମା ତାରାତାରିଣୀ ପୀଠରେ ମୁଣ୍ଡନ ବାରଣ କରାଯାଇଛି। ଦୋକାନୀଙ୍କୁ ପଞ୍ଚସୂତ୍ରୀ ଗାଇଡଲାଇନ ମାନିବାକୁ ଚ୍ୱିଟ୍ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତା କୁଲାଙ୍ଗେ । ଗଞ୍ଜାମ ଜିଲ୍ଲାପାଳଙ୍କ କହିବାନୁସାରେ, ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ବର୍ତ୍ତମାନ ଭଲ ସ୍ଥିତିରେ ଅଛି। ସବୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ତଳେ ରହୁଥିବା ବେଳେ ଗତକାଲି ୧୩ ଜଣଙ୍କ ପଜିଟିଭ ରିପୋର୍ଟ ଆସିଥିଲା । ଯେହେତୁ ଗଞ୍ଜାମରେ ଜନସଂଖ୍ୟା ଅଧିକ ଓ ୟାତାୟାତ ରହୁଛି, ସେଥିପାଇଁ ପ୍ରତିଷେଧମୂଳକ ଭାବେ ଦଣ୍ଡନାଚ କାର୍ଯ୍ୟକ୍ରମରେ କଟକଣା ଜାରି କରାଯାଇଛି। ଏହାଦ୍ୱାରା ଲୋକ ସଚେତନ ହେବେ ଓ ସଂକ୍ରମଣ ବ୍ୟାପିବ ନାହିଁ ।


















