Tuesday, September 8, 2026
ADVERTISEMENT
Home ରାଜ୍ୟ ଏଣିକି ଘରେ ବସି ଆପଣ ନିଜେ ପାଇପାରିବେ ଗାଡ଼ି ଚାଳନା ଲାଗି ଲର୍ଣ୍ଣିଂ ଲାଇସେନ୍ସ

ଏଣିକି ଘରେ ବସି ଆପଣ ନିଜେ ପାଇପାରିବେ ଗାଡ଼ି ଚାଳନା ଲାଗି ଲର୍ଣ୍ଣିଂ ଲାଇସେନ୍ସ

929
ADVERTISEMENT

ଭୁବନେଶ୍ୱର,୦୩/୦୪(ଡ଼ି.ଏଚ/ବ୍ୟୁରୋ): ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଉ କାଟିବାକୁ ପଡ଼ିବନି ଆରଟିଓର ଚକ୍କର । ଏଣିକି ଘରେ ବସି ପାଇପାରିବେ ଲର୍ଣ୍ଣିଂ ଲାଇସେନ୍ସ । ଏଣିକି ଆପଣ ନିଜେ ଡାଉନଲୋଡ୍ କରିପାରିବେ ନିଜର ଲର୍ଣ୍ଣିଂ ଲାଇସେନ୍ସ । ନୂଆ ଆର୍ଥିକ ବର୍ଷରେ ପରିବହନ ବିଭାଗର ଦସ୍ତାବିଜ ପ୍ରକ୍ରିୟାକରଣରେ ଅନେକ ପରିବର୍ତନ କରିବାକୁ ଯାଉଛି। ଏହି ପରିବର୍ତନରେ ଲର୍ଣ୍ଣିଂ ଲାଇସେନ୍ସ ଅନଲାଇନରେ ଯୋଗାଇ ଦେବା ଉପରେ ଗୁରୁତ୍ବ ଦିଆଯାଇଛି । ସୂଚନା ଅନୁଯାୟୀ, ନୂଆ ଲାଇସେନ୍ସ ଏବଂ ପୁରୁଣା ଲାଇସେନ୍ସର ନବୀକରଣ ପାଇଁ ଅନଲାଇନ୍ ସେବା ଏପ୍ରିଲ ୧୫ ତାରିଖରୁ ଆରମ୍ଭ ହେବ । ଲର୍ଣ୍ଣିଂ ଲାଇସେନ୍ସ ଆଧାର ନମ୍ବର ସହ ସଂଯୁକ୍ତ ହୋଇଛି । ଆଧାର କାର୍ଡ ମାଧ୍ୟମରେ ଲାଇସେନ୍ସ ଦିଆଯିବା ପ୍ରକ୍ରିୟା ପୂରା କରାଯିବ । ତେବେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ୬୦ ପ୍ରତିଶତ ପ୍ରଶ୍ନର ସଠିକ ଉତ୍ତର ଦେବା ଦ୍ୱାରା ଲାଇସେନ୍ସ ଆପେ ଆପେ ଜେନେରେଟ୍ ହୋଇଯିବ । ତେବେ ଆସନ୍ତୁ ଜାଣିବା ପୂରା ପ୍ରକ୍ରିୟା । ଯଦି ଆପଣ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ଆପଣ ପରିବହନ ବିଭାଗର ୱେବସାଇଟକୁ ଯାଆନ୍ତୁ । ଏହା ପରେ ଆପଣ ଅନଲାଇନ୍ ସର୍ଭିସ ଅନ୍ତର୍ଗତ ଡ୍ରାଇଭିଙ୍ଗ ଲାଇସେନ୍ସର ଚୟନ କରନ୍ତୁ । ଏଥିରେ ସାରଥୀ ସର୍ଭିସ ପୋର୍ଟାଲର ହୋମ୍ ପେଜକୁ ଯାଆନ୍ତୁ । ଏହା ପରେ ଲର୍ଣ୍ଣିଂ ଲାଇସେନ୍ସ ବିଭାଗକୁ ଚୟନ କରନ୍ତୁ । ଆଧାର ନମ୍ବର ଦେବା ପରେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଆସିବ । ଆଉ ଓଟିପି ଏଣ୍ଟର କରିବା ପରେ ଆପଣଙ୍କୁ ଆପଣଙ୍କର ସବିଶେଷ ସୂଚନା ଦେବାକୁ ହେବ । ଏହାପରେ ଅନଲାଇନ୍ ଟେଷ୍ଟ ଦେଇ ଆପଣ ପ୍ରକ୍ରିୟା ପୂରା କରିବେ।ଏହାପରେ ଘରେ ବସି ପାଇପାରିବେ ଆପଣଙ୍କ ଲର୍ଣ୍ଣିଂ ଲାଇସେନ୍ସ ।

Advertisement