Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ବିଧାନସଭାରେ ଉପସ୍ଥାପିତ ହେଲା ସିଏଜି ରିପୋର୍ଟ

ବିଧାନସଭାରେ ଉପସ୍ଥାପିତ ହେଲା ସିଏଜି ରିପୋର୍ଟ

505
ADVERTISEMENT

ଭୁବନେଶ୍ୱର,୦୩/୦୪(ଡ଼ି.ଏଚ/ବ୍ୟୁରୋ): ବିଧାନସଭାରେ ପାରିତ ହେଲା ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ ୨୦୨୧ । ଓଡ଼ିଶାରେ ଲୋକାୟୁକ୍ତରେ ନିଯୁକ୍ତି ପାଇଥିବା ଅଧକ୍ଷ ଓ ସଦସ୍ୟମାନେ ଅନ୍ୟ ରାଜ୍ୟରେ ନିଯୁକ୍ତି ପାଇବାର ବ୍ୟବସ୍ଥା । ସଂଶୋଧନ ଅନୁସାରେ ଓଡ଼ିଶା ଲୋକାୟୁକ୍ତରେ ନିଯୁକ୍ତି ପାଇଥିବା ଅଧକ୍ଷ ଓ ସଦସ୍ୟମାନେ, ଓଡ଼ିଶାରେ ପୁନଃ ନିଯୁକ୍ତି ପାଇବେ ନାହିଁ । ମାତ୍ର ଅନ୍ୟ ରାଜ୍ୟରେ ସେମାନଙ୍କୁ ନିଯୁକ୍ତି ମିଳିବ । ଏହାକୁ ନେଇ ବିରୋଧି ସଦସ୍ୟମାନେ ଜୋରଦାର ପ୍ରତିବାଦ କରିଛନ୍ତି । ବାଚସ୍ପତିଙ୍କ ପୋଡ଼ିୟମକୁ ଇୟର ଫୋନ ଓ କାଗଜ ଓ ଫୋପାଡ଼ିଛନ୍ତି ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ । ଏହାସହିତ ବାଚସ୍ପତିଙ୍କ ପୋଡିୟମ ଉପରକୁ ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ ଫିଙ୍ଗିଥିବା ସୂଚନା ମିଳିଛି । ବିଧାନସଭାରେ ଏପରି ଅଭାବନୀୟ ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିବା କୁହାଯାଉଛି । ବିନା ଆଲୋଚନାରେ ଗୃହରେ ବିଲ୍ ପାସ୍ ହୋଇଥିବାରୁ ଏହାର ପ୍ରତିବାଦରେ ବିରୋଧୀ ବିଜେପି ସଦସ୍ୟ ଏପରି କରିଥିବା କହିଛନ୍ତି ।

Advertisement