Tuesday, September 8, 2026
ADVERTISEMENT
Home ରାଜ୍ୟ ‌ପିପିଲି ଉପନିର୍ବାଚନ ଲାଗି ବିଜେଡି ଘୋଷଣା କଲା ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା :...

‌ପିପିଲି ଉପନିର୍ବାଚନ ଲାଗି ବିଜେଡି ଘୋଷଣା କଲା ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା : ବାଦ୍‌ ପଡ଼ିଲେ ଅନୁଭବ ମହାନ୍ତି

281
ADVERTISEMENT

ଭୁବନେଶ୍ବର,୦୨/୦୪(ଡ଼ି.ଏଚ/ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ (ବିଜେଡି) ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଆସନ୍ତା ୧୭ ତାରିଖରେ ପିପିଲି ବିଧାନସଭା ଆସନ ପାଇଁ ଭୋଟ ପଡିବାକୁ ଯାଉଥିବା ବେଳେ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଯାଇଛି। ଆଉ ଏସବୁ ଭିତରେ ବିଜେଡି ପିପିଲି ଆସନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ତେବେ ବିଜେଡି ପକ୍ଷରୁ ପ୍ରଚାରର ମଙ୍ଗ ଧରିବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ।
ବିଜେଡିର ଷ୍ଟାର ପ୍ରଚାରକଙ୍କ ତାଲିକାରେ ଅନେକ ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ସ୍ଥାନ ଦିଆଯାଇଛି। ତେବେ ଏଥର ବି ଷ୍ଟାର ପ୍ରଚାରକ ତାଲିକାରୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ସାମିଲ କରାଯାଇ ନାହିଁ। ଗତଥରର ସାଧାରଣ ନିର୍ବାଚନରେ ଷ୍ଟାର ପ୍ରଚାରକ ଭାବେ ଅନୁଭବଙ୍କର ଯଥେଷ୍ଟ କ୍ରେଜ ରହିଥିଲା। କିନ୍ତୁ ପାରିବାରିକ ବିବାଦରେ ଛନ୍ଦି ହେବା ପରଠାରୁ ଅନୁଭବଙ୍କୁ ଦଳ ସେତେଟା ଗୁରୁତ୍ୱ ଦେଉ ନଥିବା ମନେହେଉଛି । କାରଣ ଷ୍ଟାର ପ୍ରଚାରକ ତାଲିକାରେ ଦୁଇ ଅଭିନେତା ଆକାଶ ଦାସ ନାୟକ ଓ ଅରିନ୍ଦମ ରାୟ ଥିବା ବେଳେ ଅନୁଭବ ନାହାନ୍ତି। ଏପରିକି ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନରେ ମଧ୍ୟ ଅନୁଭବଙ୍କୁ ପ୍ରଚାର ମୈଦାନରୁ ଦୂରେଇ ରଖିଥିଲା ଦଳ । ବିଜେଡି ପକ୍ଷରୁ ଘୋଷଣା ହୋଇଥିବା ଷ୍ଟାର ପ୍ରଚାରକ ତାଲିକାରେ ନବୀନଙ୍କ ସମେତ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ମହେଶ୍ୱର ମହାନ୍ତି, ପିନାକୀ ମିଶ୍ର, ପ୍ରତାପ ଦେବ, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ସୁଶାନ୍ତ ସିଂ, ନବ ଦାସ, ଟୁକୁନି ସାହୁ, ତୁଷାରକାନ୍ତି ବେହେରା, ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତରାୟଙ୍କ ଭଳି ନେତାଙ୍କୁ ସାମିଲ କରିଛି ।

Advertisement