Wednesday, September 23, 2026
ADVERTISEMENT
Home ଜିଲ୍ଲା ଅନୁଗୁଳ ତାଳଚେର ଥର୍ମାଲ ବନ୍ଦ : ପ୍ରଭାବିତ ହୋଇଛି ୨୦ ହଜାରରୁ ଅଧିକ ଲୋକଙ୍କ ଜୀବନଜୀବିକା

ତାଳଚେର ଥର୍ମାଲ ବନ୍ଦ : ପ୍ରଭାବିତ ହୋଇଛି ୨୦ ହଜାରରୁ ଅଧିକ ଲୋକଙ୍କ ଜୀବନଜୀବିକା

641
ADVERTISEMENT

ଅନୁଗୁଳ,୦୨/୦୪(ଡ଼ି.ଏଚ/ବ୍ୟୁରୋ): ଦିନେ ତାଳଚେର ଥର୍ମାଲ ପାୱାର ଷ୍ଟେସନ(ଟିଟିପିଏସ୍‌) ଓଡ଼ିଶାର ଟେକ ରଖିଥିଲା। ରାଜ୍ୟର ଏହି ପ୍ରଥମ ତାପଜ ବିଦ୍ୟୁତ ପ୍ରକଳ୍ପ ତାଳଚେରବାସୀଙ୍କ ଭାତହାଣ୍ଡି ପାଲଟିଥିଲାବେଳେ ଓଡ଼ିଶା ପାଇଁ ଥିଲା ଶକ୍ତିର ଉତ୍ସ। ଅନେକ ସଫଳ କାହାଣୀର ସାକ୍ଷୀ ପାଲଟିଥିବା ଏହି ଟିଟିପିଏସ୍‌ କିନ୍ତୁ ଏବେ ମାଟିରେ ମିଶିବାକୁ ଦିନ ଗଣୁଛି। ଆୟୁଷ ପୂରିଗଲା କହି ଏହାକୁ ସବୁଦିନ ପାଇଁ ବନ୍ଦ କରି ଦିଆଯାଇଛି। ଏପଟେ ଟିଟିପିଏସ୍‌ର ଚିମିନିରୁ ଧୂଆଁ ବନ୍ଦ ହେବା ସହ ଠପ୍‌ ହୋଇଯାଇଛି ହଜାର ହଜାର କର୍ମଚାରୀଙ୍କ ତେଲଲୁଣର ସଂସାର। ପ୍ରଭାବିତ ହୋଇଛି ୨୦ ହଜାରରୁ ଅଧିକ ଲୋକଙ୍କ ଜୀବନଜୀବିକା। ଟିଟିପିଏସ୍‌ ଚାଲୁ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଓ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀଙ୍କ ଚିଠି ସତ୍ତ୍ବେ ଏନ୍‌ଟିପିସି ଏହାକୁ ଗୁରୁତ୍ବ ଦେଇନି। ବରଂ, ଏହି ପ୍ରକଳ୍ପ ଆଉ ଚାଲି ପାରିବ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଛି। ଏହାକୁ ନେଇ ତାଳଚେରରେ ଶ୍ରମିକ ଅଶାନ୍ତି ଆନ୍ଦୋଳନ ଆଡ଼କୁ ମୁହାଁଉଥିଲାବେଳେ ଆଗକୁ ସ୍ଥିତି ବିଗିଡ଼ିବାର ଆଶଙ୍କା ଦେଖା ଦେଲାଣି।

Advertisement