କଟକ,୦୮/୦୮(ଏଜେନସି ) : ଆଜି କଟକଠାରେ ଥିବା ରାଜ୍ୟ ପୁଲିସ ମୁଖ୍ୟାଳୟରେ ଭାରପ୍ରାପ୍ତ ଡିଜିଭାବେ ବିଜୟ କୁମାର ଶର୍ମା ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଡ଼ ରାଜେନ୍ଦ୍ର ପ୍ରସାଦଙ୍କଠାରୁ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୮୬ ବ୍ୟାଚର ଏହି ଆଇପିଏସ୍ ଅଧିକାରୀ, ପୂର୍ବରୁ ରାଜ୍ୟ ଅଗ୍ନିଶମ ବିଭାଗର ଡିଜି ଭାବେ ଦାୟିତ୍ୱ ତୁଲାଉଛନ୍ତି । ଲୋକାୟୁକ୍ତ ସଦସ୍ୟ ଭାବେ ଡିଜିପି ଆର.ପି ଶର୍ମାଙ୍କୁ ନିଯୁକ୍ତି ମିଳିବା ପରେ ତାଙ୍କ ସ୍ଥାନରେ କିଏ ଡିଜିପି ପଦ ସମ୍ଭାଳିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ରାଜେନ୍ଦ୍ର ପ୍ରସାଦଙ୍କୁ ଲୋକାୟୁକ୍ତ ସଦସ୍ୟ ଭାବେ ମନୋନୀତ କରାଯିବାରୁ ସେ ସ୍ୱେଚ୍ଛାକୃତ ଅବସର ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରିଥିଲେ । ଏହାପରେ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସ୍ଥାନରେ ବି,କେ ଶର୍ମାଙ୍କୁ ପୋଲିସ ଡିଜିପି ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।