Thursday, September 24, 2026
ADVERTISEMENT
Home କଳାହାଣ୍ଡି ଭବାନୀପାଟଣାଠାରେ ୮୬ତମ ପୁଲିସ ପ୍ରତିଷ୍ଠା ଦିବସ ପାଳିତ

ଭବାନୀପାଟଣାଠାରେ ୮୬ତମ ପୁଲିସ ପ୍ରତିଷ୍ଠା ଦିବସ ପାଳିତ

227
ADVERTISEMENT

ଭବାନୀପାଟଣା ,୦୧/୦୪(ଡ଼ି.ଏଚ/ବ୍ୟୁରୋ): ସ୍ଥାନୀୟ ରିଜର୍ଭ ପୁଲିସ ପଡିଆଠାରେ ଏପ୍ରିଲ ୧ ତାରିଖ ଜିଲ୍ଲାସ୍ତରୀୟ ୮୬ ତମ ପୁଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡ. ଶ୍ରବଣ ବିବେକ ଏମ୍‍. ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ପୁଲିସ ବାହିନୀର ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ କଳାହାଣ୍ଡି ଏସ୍‍ପି ଶ୍ରବଣ ବିବେକ ଏମ୍‍. ୮୬ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଉପସ୍ଥିତ ପୁଲିସମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ମୁଁ ଆଶା କରୁଛି ଯେ, ଆମ ପୁଲିସ ବାହିନୀ ଉପଯୁକ୍ତ ସେବା ମନୋଭାବ ନେଇ କାର୍ଯ୍ୟ କରିଲେ ଆମ ଦେଶର ଏକ ଆଦର୍ଶ ପୁଲିସ ବାହିନୀ ହୋଇପାରିବ। ଦେଶରେ ଘଟୁଥିବା କରୋନାର କଳାମେଘ ସମୟରେ ପୁଲିସ ବାହିନୀର ଉଲ୍ଲେଖନୀୟ ସେବାକୁ ମନେ ପକାଇ ଏସ୍‍.ପି ସେମାନଙ୍କୁ ଓ ତାଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୁଲି ନ ଥିଲେ। ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ୪ ଜଣ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଓ କନେଷ୍ଟବଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସ୍‍ପି ବିଜୟ କୁମାର ନନ୍ଦ, କେସିଙ୍ଗା ଏସ୍‍ଡିପିଓ ଏସ୍‍. ସୁଶ୍ରୀ ଆଇପିଏସ୍‍ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟର ଡିଏସ୍‍ପି ଭିଏସ୍‍ସିଏସ୍‍ ରାଓ, ଭବାନୀପାଟଣା ସଦର ଏସ୍‍ଡିପିଓ ରମେଶ ଚନ୍ଦ୍ର ସେଠୀ, ଭବାନୀପାଟଣା ଟାଉନ ଥାନା ଆଇଆଇସି ସତ୍ୟ କୁମାର ନନ୍ଦ, ଭବାନୀପାଟଣା ସଦର ଆଇଆଇସି ପ୍ରଦୀପ କୁମାର ଧରୁଆ ସମେତ ବହୁ ପୁଲିସ ଅଧିକାରୀ ଓ ଅବସର ପ୍ରାପ୍ତ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ଭୟଙ୍କର କରୋନା ସମୟରେ କାମକରି କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥତା ଲାଭ କରିବା ପରେ ଅନ୍ୟ କରୋନା ସଂକ୍ରମିତ ମାନଙ୍କୁ ନିଜ ରକ୍ତର ପ୍ଲାଜମା ପ୍ରଦାନ କରିଥିବା ସାହସୀ ପୋଲିସ କର୍ମଚାରୀମାନଙ୍କୁ କଳାହାଣ୍ଡି ଏସ୍‍ପି ଡ. ଶ୍ରବଣ ବିବେକ ଏମ୍‍. ସମ୍ବର୍ଦ୍ଧିତ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ରିର୍ଜଭ ପୁଲିସ ଇନ୍ସପେକ୍ଟର ଏ. ବିଘ୍ନେଶ୍ୱର ରାଓ ପରିଚାଳନା କରିଥିଲେ।

Advertisement