Friday, November 6, 2026
ADVERTISEMENT
Home ଆଞ୍ଚଳିକ ଚୋରା ବନ୍ଧୁକ ବ୍ୟବସାୟୀ ପୋଲିସ କବ୍ଜାରେ

ଚୋରା ବନ୍ଧୁକ ବ୍ୟବସାୟୀ ପୋଲିସ କବ୍ଜାରେ

524
ADVERTISEMENT

ଆସ୍କା ,୦୧/୦୪(ଡ଼ି.ଏଚ/ବ୍ୟୁରୋ): ଗଂଜାମ ଜିଲ୍ଲା ଆସିକା ପୋଲିସ ଜଣେ ଚୋରା ବନ୍ଧୁକ ବ୍ୟବସାୟୀକୁ ଗିରଫ କରିଛି । ଚୋରା ବନ୍ଧୁକ ବେପାର ସହ ଚାଲାଣ ଅଭିଯୋଗରେ ଏହି ଗିରଫଦାରି ହୋଇଛି । ଗିରଫ ଅଭିଯୁକ୍ତ ହେଲେ ଗାଙ୍ଗପୁର ଥାନା ଖଇରପୁଟି ଗାଁର ଅମିର କୁମାର ଭୂୟାଁ । ତାଙ୍କ ନିକଟରୁ ଦଇଟି ମାଉଜର, ଦଶଟି ଜୀବନ୍ତ ଗୁଳି ଓ ଗୋଟିଏ ଦାମୀ କାର ମଧ୍ୟ ଜବତ ହୋଇଛି । ସେ ଏକ ରାଜନୈତିକ ଦଳରେ ଜଣେ ବରିଷ୍ଠ ସଦସ୍ୟ ଭାବେ କାମ କରୁଥିଲା ବୋଲି ଜଣାପଡିଛି । ଏପରିକି ଅମିର ଗତ କିଛି ବର୍ଷ ହେବ ବନ୍ଧୁକ ବ୍ୟବସାୟ କରୁଥିଲା । ତାକୁ ପୋଲିସ ଅନେକ ଦିନ ହେବ ଖୋଜୁଥିଲା । ତେବେ ସୂଚନା ପାଇ ଆସିକା ପାକଲାପଲ୍ଲି ଗେଟ୍ ନିକଟରୁ ତାକୁ ଧରିବାରେ ସଫଳ ହୋଇଥିଲା । ଏନେଇ ଗଂଜାମ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହାସହ ବନ୍ଧୁକ କାରବାର ନେଇ ଅଭିଯୁକ୍ତ ସ୍ଵୀକାର କରିଥିବା ବେଳେ ସେ ରାଜନୈତିକ ଦଳର ଏକ କମିଟିର ଅଧ୍ୟକ୍ଷ ଥିବା କହିଛି ।

Advertisement