କୋଦଳା,୩୧/୩ (ସୂର୍ଯ୍ୟନାରାୟଣ ବଡୁ) : ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ଗ୍ରାମର ପୁଣି ଏକ ୧0 ଫୁଟର ଅହିରାଜ ସର୍ପ ଉଦ୍ଧାର ହୋଇଥିବା ଜଣାପଡ଼ିଛି l କିଛିଦିନ ପୂର୍ବେ ସେହି ଗ୍ରାମର ଶିଶୁମନ୍ଦିର କୂଅ ରୁ ଏକ ଅହିରାଜ ସର୍ପ ଉଦ୍ଧାର ହୋଇଥିଲା l ବନବିଭାଗର ଅନୁପସ୍ଥିତି ରେ ସରପଟିକୁ ଉଦ୍ଧାର କରାଯାଇ ଗ୍ରାମବାସୀଙ୍କ ସାହାୟତାରେ ଜଙ୍ଗଲ ମଧ୍ୟରେ ଛଡାଯାଇଥିବା ଜଣାପଡ଼ିଛି l ସୂଚନା ଅନୁଯାୟୀ ମଙ୍ଗଳବାର ସକାଳ ସମୟରେ ବୁରୁଝରୀ ଗ୍ରାମର ଧନୁ ମହାନ୍ତିଙ୍କ ରୋଷେଇ ଘର ଗ୍ୟାସ ଟାଙ୍କି ତଳେ ଏକ ବିରାଟ ଅହିରାଜ ସାପକୁ ଦେଖି ଘର ଲୋକେ ବ୍ୟତିବସ୍ତ ହୋଇ ସାହି ପଡିଶାଙ୍କୁ ଖବର ଦେଇଥିଲେ ଓ ଘରର କବାଟ ବନ୍ଦ କରି ଧନୁଙ୍କ ପରିବାର ଲୋକେ ବନ ବିଭାଗକୁ ଖବର ଦେଇଥିଲେ l ବହୁ ସମୟ ଧରି ଅପେକ୍ଷ୍ୟା କରିଥିଲେ ସୁଦ୍ଧା ବନବିଭାଗ କର୍ମଚାରୀ ନ ପହଂଚିବା ଯୋଗୁଁ ସ୍ଥାନୀୟ ଲୋକେ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ l ସ୍ନେକ ହେଲ୍ପଲାଇନ ତରଫରୁ ସ୍ୱପ୍ନାଲୋକ ମିଶ୍ର ଓ ମିହିର କୁମାର ପଣ୍ଡା ପହଂଚି ସାପ କୁ ଉଦ୍ଧାର କରିବା ସହ ନାରାୟଣୀ ଜଙ୍ଗଲ ରେ ଛାଡିଥିବା ଜଣାପଡିଛି l ସାପ ଟି ୧0 ଫୁଟ ଲମ୍ବାର ହୋଇଥିବା ବେଳେ ବୟସ ପାଖାପାଖି ଦେଢ଼ ବର୍ଷ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି l ପୂର୍ବରୁ ଛଅ ମାସ ତଳେ ଶିଶୁ ମନ୍ଦିର ନିକଟ କୂଅରୁ ଏମିତି ଏକ ଅହିରାଜକୁ ଉଦ୍ଧାର କରାଯାଇଥିଲା l ବାରମ୍ବାର ଅହିରାଜ ଗାଁ ଭିତରକୁ ଚାଲି ଆସୁଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତାବରଣ ଦେଖାଦେବା ସହ ଜଙ୍ଗଲୀ ଜନ୍ତୁଙ୍କ ସୁରକ୍ଷା ନେଇ ବନବିଭାଗର କର୍ମଚାରୀଙ୍କୁ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ ଘଟଣା ସ୍ଥଳରେ ନପହଂଚିବା ବନବିଭାଗର କାର୍ଯ୍ୟ ଦକ୍ଷତା ଉପରେ କ୍ଷ୍ଷୋଭ ପ୍ରକାଷ କରିଛନ୍ତି l


















