Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଏପ୍ରିଲ ୧୨ ତାରିଖରୁ କଟକ ଷ୍ଟେସନରୁ ରେଳ ଚଳାଚଳ ସ୍ବାଭାବିକ ହେବାକୁ ଯାଉଛି

ଏପ୍ରିଲ ୧୨ ତାରିଖରୁ କଟକ ଷ୍ଟେସନରୁ ରେଳ ଚଳାଚଳ ସ୍ବାଭାବିକ ହେବାକୁ ଯାଉଛି

272
ADVERTISEMENT

କଟକ,୩୧/୩ (ଡ଼ି.ଏଚ/ବ୍ୟୁରୋ): କଟକ ରେଳ ଷ୍ଟେସନରେ ରେଳ ଚଳାଚଳ ସ୍ବାଭାବିକ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ତପସ୍ବିନୀ ଏକ୍ସପ୍ରେସ୍‌ ଚଳାଚଳ କରିବାକୁ ଯାଉଛି। ସେହିପରି ଏପ୍ରିଲ ୧୨ ତାରିଖରୁ କଟକ ଷ୍ଟେସନରୁ କଟକ-ପୁରୀ, କଟକ-ପାରାଦୀପ, କଟକ-ଭଦ୍ରକ ରୁଟ୍‌ରେ ମେମୁ ଟ୍ରେନ୍‌ ଆରମ୍ଭ ହେବ। ମେମୁ ଟ୍ରେନ୍‌ ପୁରୀ ଓ ପାରାଦୀପ ରୁଟ୍‌ରେ ଦିନକୁ ଥରେ ଚାଲିବାକୁ ଥିବା ବେଳେ ଭଦ୍ରକ ଦିନକୁ ଦୁଇ ଥର ଚଳାଚଳ କରିବ। ରେଳ ଷ୍ଟେସନର ଦୁଇଟି ଗେଟ୍‌ରେ ଥର୍ମାଲ୍‌ ସ୍କ୍ରିନି˚ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କଟକ ଷ୍ଟେସନରେ ଦୈନିକ ୧୫ରୁ ୨୦ ହଜାର ଯାତ୍ରୀ ଯାତାୟତ କରିବାକୁ ଥିବା ବେଳେ ଆରପିଏଫ୍‌ ଓ ଜିଆରପି ପକ୍ଷରୁ ସାମାଜିକ ଦୂରତା, ମାସ୍କ ବ୍ୟବହାର କଡ଼ାକଡ଼ି କରାଯାଇଛି। କଟକରେ କରୋନା ସ˚କ୍ରମଣ ବୃଦ୍ଧି ପାଉଥିବାରୁ ଷ୍ଟେସନ୍‌ ପରିସରରେ କିଭଳି ସାମାଜିକ ଦୂରତା ରଖାଯିବ ଏବ˚ ବିନା ଥର୍ମାଲ୍‌ ସ୍କ୍ରିନି˚ରେ କେହି ଯାତ୍ରୀ ଯେଭଳି ଚଳାଚଳ କରିବେ ନାହିଁ, ସେଥିପ୍ରତି ଗୁରୁତ୍ବ ଦେବାକୁ ଷ୍ଟେସନ୍‌ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁଯାୟୀ, କୋଭିଡ୍‌ ସ˚କ୍ରମଣକୁ ଦୃଷ୍ଟିରେ ରଖି ଗଲାବର୍ଷ ମାର୍ଚ୍ଚ ୨୨ ତାରିଖରୁ ସମସ୍ତ ଟ୍ରେନ୍‌ ଚଳାଚଳ ବନ୍ଦ କରି ଦିଆଯାଇଥିଲା। ଠିକ୍‌ ବର୍ଷକ ପରେ କଟକ ରେଳ ଷ୍ଟେସନ୍‌ ସ୍ବାଭାବିକ ହେବାକୁ ଯାଉଛି। କଲିକତାରେ ପାସେଞ୍ଜର ଓ ଡିଏମୟୁ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଥିବା ବେଳେ କଟକରେ ସ୍ଥିତି ସ୍ବାଭାବିକ ହୋଇପାରୁ ନଥିବା ସମ୍ପର୍କରେ ନିକଟରେ ସମ୍ବାଦରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏବେ ଷ୍ଟେସନରେ ଏକ୍ସପ୍ରେସ, ମେମୁ ଟ୍ରେନ୍‌ ସ୍ବାଭାବିକ ହେବାକୁ ଯାଉଛି। କଟକ ଷ୍ଟେସନ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ, ଆସନ୍ତା ୧ ତାରିଖରୁ ପୁରୀ-ହାତୀୟା ତପସ୍ବିନୀ ଏକ୍ସପ୍ରେସ, ୩ ତାରିଖରୁ ସମ୍ବଲପୁର-ପୁରୀ, ୭ ତାରିଖରେ ପୁରୀ- ପାରାଦୀପ ଏକ୍ସପ୍ରେସ୍‌ ଚଳାଚଳ କରିବ। ସେହିପରି ମେମୁ ଟ୍ରେନ୍‌ ଚଳାଚଳ ବି ସ୍ବାଭାବିକ ସ୍ଥିତି ଫେରିବାକୁ ଯାଉଛି।

Advertisement